The Ultimate Managed Hosting Platform
ADVERTISEMENT

ବିଲରେ ଭାସୁଛି ଅଚିହ୍ନା ମହିଳାଙ୍କ ମୃତଦେହ

Facebook
Twitter
LinkedIn

ବାଲେଶ୍ବର : ବିଲରେ ଭାସୁଛି ଅଚିହ୍ନା ମହିଳାଙ୍କ ମୃତଦେହ । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ମହାରାଜପୁର ପଂଚାୟତ ମାଳିଗାଡିଆ ବିଲରେ ମହିଳାଙ୍କ ଗଳିତ ମୃତଦେହ ଭାସୁଛି । ମୃତକଙ୍କ ପରିଚୟ ମିଳିନାହିଁ । ମାଳିଗାଡିଆ ଗ୍ରାମବାସୀ ଆଜି ସକାଳେ ବିଲକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଖନ୍ତାପଡ଼ା ପୋଲିସ୍କୁ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କ ମୃତଦେହ ୨,୩ ଦିନ ହେବ ସେଠାରେ ପଡ଼ିଥିବା ଜଣାଯାଇଛି। ମହିଳାଙ୍କୁ ହତ୍ୟା ପରେ କେହି ଦୁର୍ବୃତ୍ତ ଫିଙ୍ଗିଦେଇଥିିବା ଅନୁମାନ କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login