The Ultimate Managed Hosting Platform
ADVERTISEMENT

ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାହୁଲ ଗାନ୍ଧୀ

Facebook
Twitter
LinkedIn

ସୁନ୍ଦରଗଡ଼: ଭାରତ ଯୋଡ ନ୍ୟାୟ ଯାତ୍ରାର ବୁଧବାର ଦ୍ବିତୀୟ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଉରକେଲାରୁ ଆସି ନିର୍ଦ୍ଧାରିତ ସମୟ ପୂର୍ବରୁ ଦିନ ସାଢେ ୧୧ଟାରେ ରାଜଗାଙ୍ଗପୁରରେ ପହଞ୍ଚିଥିଲେ। ଆଦିବାସୀଙ୍କ ମାଦଳ ବାଜାର ତାଳେ ତାଳେ ତାଙ୍କୁ ହଜାର ହଜାର କଂଗ୍ରେସ କର୍ମୀ ଓ ସାଧାରଣଜନତା ଭବ୍ୟ ସ୍ବାଗତ କରିଥିଲେ। ଶ୍ରୀ ଗାନ୍ଧୀ ଏଠାରେ ମଧ୍ୟାହ୍ଣ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ରାଣୀବନ୍ଧ ଛକରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଏହା ପରେ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହା ପରେ ରାହୁଲ କୁତ୍ରା, ବଡ଼ଗାଁ, ସୁନ୍ଦରଗଡ ଅଭିମୁଖେ ବାହାରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login