ଭୁବନେଶ୍ୱର : ସୁଭଦ୍ରା ୨ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ପୂର୍ବ ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରକାର କେବଳ ସ୍ଲୋଗାନରେ ଚାଲିଥିଲା । ୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା । ୯ ମାସର ଆମ ସରକାର କୋଟିଏ ମହିଳାଙ୍କ ପାଖରେ ପହଁଚିଛି । ଲକ୍ଷପତି ଦିଦି ସୃଷ୍ଟି କରିବା କ୍ଷେତ୍ରରେ ଓଡିଶା ଦେଶରେ ଦ୍ୱିତୀୟ । ୫ ଲକ୍ଷରୁ ଉଦ୍ଧ୍ୱର୍ ମହିଳା ଆଜି ଲକ୍ଷପତି ଦିଦି ହୋଇପାରିଛନ୍ତି । ନିନ୍ଦୁକ ମାନେ ଆମ ସଫଳତାକୁ ହଜମ କରିପାରୁ ନାହାନ୍ତି । ବିରୋଧୀଙ୍କୁ ଟିକେ ହଜମ ଗୁଲି ଦେବା ଦରକାର ବୋଲି କହିଲେ । ପୂର୍ବ ସରକାର ଗରିବଙ୍କ ଦୁଃଖ ବୁଝିପାରି ନଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ମୁଁ ସେମାନଙ୍କୁ ପଚାରୁଛି ବିଗତ ସରକାର ୨୪ ବର୍ଷ ହେଲା କେବଳ ମହିଳାଙ୍କ ନାଁର ସ୍ଲୋଗାନ ଦେଉଥିଲେ । ଆମେ ସରକାରକୁ ଆସିବାର ୨୪ ଘଣ୍ଟାରେ ‘ସୁଭଦ୍ରା’ ନିଷ୍ପତ୍ତି ନେଲୁ । ୩ ମାସରେ ପ୍ରଥମ କିସ୍ତି ଓ ୯ ମାସରେ ଦ୍ଵିତୀୟ କିସ୍ତି ଡିବିଟି ମାଧ୍ୟମରେ ଦେଇଛୁ। ଏହା ହିଁ ହେଉଛି ଡବଲ୍ ଇଞ୍ଜିନ୍ ସରକାରର ସଫଳତା । ଆମେ ନଅ ମାସରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ଦେଲୁ। ଆଜି ୫ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ଓଡ଼ିଶା ସରକାର। ଏଭଳି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଦ୍ବିତୀୟ। ଗରିବଙ୍କ ଝିଅ ବାହାଘର କରିବେ ଆମ ସରକାର। ଏଥିଲାଗି ଆମେ ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା ଆରମ୍ଭ କରିଛୁ। ସମସ୍ତଙ୍କର ଇଚ୍ଛା ଥାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ। ଏଥିପାଇଁ ଆମ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା କରିଛନ୍ତି।
ବିରୋଧୀଙ୍କୁ “ହଜମ ଗୁଲି” ଦରକାର : ମୁଖ୍ୟମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











