The Ultimate Managed Hosting Platform
ADVERTISEMENT

ବିରୋଧୀଙ୍କୁ “ହଜମ ଗୁଲି” ଦରକାର : ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ସୁଭଦ୍ରା ୨ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ପୂର୍ବ ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ପୂର୍ବ ସରକାର କେବଳ ସ୍ଲୋଗାନରେ ଚାଲିଥିଲା । ୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା । ୯ ମାସର ଆମ ସରକାର କୋଟିଏ ମହିଳାଙ୍କ ପାଖରେ ପହଁଚିଛି । ଲକ୍ଷପତି ଦିଦି ସୃଷ୍ଟି କରିବା କ୍ଷେତ୍ରରେ ଓଡିଶା ଦେଶରେ ଦ୍ୱିତୀୟ । ୫ ଲକ୍ଷରୁ ଉଦ୍ଧ୍ୱର୍ ମହିଳା ଆଜି ଲକ୍ଷପତି ଦିଦି ହୋଇପାରିଛନ୍ତି । ନିନ୍ଦୁକ ମାନେ ଆମ ସଫଳତାକୁ ହଜମ କରିପାରୁ ନାହାନ୍ତି । ବିରୋଧୀଙ୍କୁ ଟିକେ ହଜମ ଗୁଲି ଦେବା ଦରକାର ବୋଲି କହିଲେ । ପୂର୍ବ ସରକାର ଗରିବଙ୍କ ଦୁଃଖ ବୁଝିପାରି ନଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ମୁଁ ସେମାନଙ୍କୁ ପଚାରୁଛି ବିଗତ ସରକାର ୨୪ ବର୍ଷ ହେଲା କେବଳ ମହିଳାଙ୍କ ନାଁର ସ୍ଲୋଗାନ ଦେଉଥିଲେ । ଆମେ ସରକାରକୁ ଆସିବାର ୨୪ ଘଣ୍ଟାରେ ‘ସୁଭଦ୍ରା’ ନିଷ୍ପତ୍ତି ନେଲୁ । ୩ ମାସରେ ପ୍ରଥମ କିସ୍ତି ଓ ୯ ମାସରେ ଦ୍ଵିତୀୟ କିସ୍ତି ଡିବିଟି ମାଧ୍ୟମରେ ଦେଇଛୁ। ଏହା ହିଁ ହେଉଛି ଡବଲ୍ ଇଞ୍ଜିନ୍ ସରକାରର ସଫଳତା । ଆମେ ନଅ ମାସରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ଦେଲୁ। ଆଜି ୫ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ଓଡ଼ିଶା ସରକାର। ଏଭଳି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଦ୍ବିତୀୟ। ଗରିବଙ୍କ ଝିଅ ବାହାଘର କରିବେ ଆମ ସରକାର। ଏଥିଲାଗି ଆମେ ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା ଆରମ୍ଭ କରିଛୁ। ସମସ୍ତଙ୍କର ଇଚ୍ଛା ଥାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ। ଏଥିପାଇଁ ଆମ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login