The Ultimate Managed Hosting Platform
ADVERTISEMENT

ବିରୋଧୀଙ୍କୁ ରାଜନାଥଙ୍କ ନିଶାନା ; ସେନା କିପରି ଭାବେ “ଅପରେସନ ସିନ୍ଦୂର” ପରିଚାଳନା କଲେ ଜଣାଇଲେ

Facebook
Twitter
LinkedIn

ନୂଆଦିଲ୍ଲୀ : ସଂସଦରେ ଅପରେସନ ସିନ୍ଦୂର ଡିବେଟ ଆରମ୍ଭ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ କଲେ ଡିବେଟ । ଭାରତୀୟ ସେନା କିପରି ଭାବେ ଅପରେସନ ସିନ୍ଦୂର ପରିଚାଳନା କଲେ ଜଣାଇଲେ । ଆତଙ୍କବାଦୀଙ୍କୁ କିପରି ସେମାନଙ୍କ ଘରେ ପଶି ମାରିଲେ ଅବଗତ କଲେ । ପାକିସ୍ତାନ ମାଟିରେ ଆତଙ୍କୀ ଦମନ ନେଇ ବିସ୍ତୃତ ତଥ୍ୟ ରଖିଲେ ।
ଅପରେସନ ସିନ୍ଦୂର ବିତର୍କରେ ବିରୋଧୀଙ୍କୁ ରାଜନାଥଙ୍କ ନିଶାନା । କିଛି ବିରୋଧୀ ପଚାରୁଛନ୍ତି ଆମର କେତେ ଏୟାରକ୍ରାଫ୍ଟ ଧ୍ୱଂସ ହୋଇଛି । ମାତ୍ର ଶତ୍ରୁ ପକ୍ଷରୁ କେତେ ଏୟାରକ୍ରାଫ୍ଟ ଧ୍ୱଂସ ହୋଇଛି ପଚାରୁ ନାହାନ୍ତି । ଯଦି ପଚାରନ୍ତେ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଧ୍ୱଂସ ହୋଇଛି , ଉତ୍ତର ହେଉଛି ହଁ । ଅପରେସନରେ ଆମର ଯବାନ କ୍ଷତି ସହିଛନ୍ତି ପଚାରିଲେ , ଉତ୍ତର ନା । ଆମର କୈାଣସି ଗୁରୁତ୍ୱପୂର୍ଣ୍ଣ ଆସେଟ କ୍ଷତିଗ୍ରସ୍ତ ହୋଇନି । ପାକିସ୍ତାନ ପଟର ଆକ୍ରମଣକୁ ଏସ -୪୦୦, ଅନ୍ୟ ଏୟାର ଡିଫେନ୍ସ ଫଣ୍ଡ କରିଛି ।
ଏହାସହ ପାକିସ୍ତାନର ଆକ୍ରମଣ ସମ୍ପର୍କରେ ମଧ୍ୟ ସୂଚନା ଦେଇ ରାଜନାଥ କହିଛନ୍ତି, ପାକିସ୍ତାନର ଆକ୍ରମଣକୁ ଆମେ ବିଫଳ କରିଦେଇଥିଲୁ । ପାକିସ୍ତାନ ଆମ ସୈନ୍ୟ ଠିକଣା ଉପରେ ଲକ୍ଷ୍ୟ କରି ମେ ୭ ତାରିଖରୁ ୧୦ ତାରିଖ ଭିତରେ ମିସାଇଲ୍ ଆକ୍ରମଣ କରିଥିଲା । ହେଲେ ଆମର ଡିଫେନ୍ସ ସିଷ୍ଟମ କିନ୍ତୁ ପାକିସ୍ତାନର ସବୁ ଆକ୍ରମଣକୁ ପ୍ରତିହତ କରିପାରିଥିଲା । ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login