ନୂଆଦିଲ୍ଲୀ : ସଂସଦରେ ଅପରେସନ ସିନ୍ଦୂର ଡିବେଟ ଆରମ୍ଭ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ କଲେ ଡିବେଟ । ଭାରତୀୟ ସେନା କିପରି ଭାବେ ଅପରେସନ ସିନ୍ଦୂର ପରିଚାଳନା କଲେ ଜଣାଇଲେ । ଆତଙ୍କବାଦୀଙ୍କୁ କିପରି ସେମାନଙ୍କ ଘରେ ପଶି ମାରିଲେ ଅବଗତ କଲେ । ପାକିସ୍ତାନ ମାଟିରେ ଆତଙ୍କୀ ଦମନ ନେଇ ବିସ୍ତୃତ ତଥ୍ୟ ରଖିଲେ ।
ଅପରେସନ ସିନ୍ଦୂର ବିତର୍କରେ ବିରୋଧୀଙ୍କୁ ରାଜନାଥଙ୍କ ନିଶାନା । କିଛି ବିରୋଧୀ ପଚାରୁଛନ୍ତି ଆମର କେତେ ଏୟାରକ୍ରାଫ୍ଟ ଧ୍ୱଂସ ହୋଇଛି । ମାତ୍ର ଶତ୍ରୁ ପକ୍ଷରୁ କେତେ ଏୟାରକ୍ରାଫ୍ଟ ଧ୍ୱଂସ ହୋଇଛି ପଚାରୁ ନାହାନ୍ତି । ଯଦି ପଚାରନ୍ତେ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଧ୍ୱଂସ ହୋଇଛି , ଉତ୍ତର ହେଉଛି ହଁ । ଅପରେସନରେ ଆମର ଯବାନ କ୍ଷତି ସହିଛନ୍ତି ପଚାରିଲେ , ଉତ୍ତର ନା । ଆମର କୈାଣସି ଗୁରୁତ୍ୱପୂର୍ଣ୍ଣ ଆସେଟ କ୍ଷତିଗ୍ରସ୍ତ ହୋଇନି । ପାକିସ୍ତାନ ପଟର ଆକ୍ରମଣକୁ ଏସ -୪୦୦, ଅନ୍ୟ ଏୟାର ଡିଫେନ୍ସ ଫଣ୍ଡ କରିଛି ।
ଏହାସହ ପାକିସ୍ତାନର ଆକ୍ରମଣ ସମ୍ପର୍କରେ ମଧ୍ୟ ସୂଚନା ଦେଇ ରାଜନାଥ କହିଛନ୍ତି, ପାକିସ୍ତାନର ଆକ୍ରମଣକୁ ଆମେ ବିଫଳ କରିଦେଇଥିଲୁ । ପାକିସ୍ତାନ ଆମ ସୈନ୍ୟ ଠିକଣା ଉପରେ ଲକ୍ଷ୍ୟ କରି ମେ ୭ ତାରିଖରୁ ୧୦ ତାରିଖ ଭିତରେ ମିସାଇଲ୍ ଆକ୍ରମଣ କରିଥିଲା । ହେଲେ ଆମର ଡିଫେନ୍ସ ସିଷ୍ଟମ କିନ୍ତୁ ପାକିସ୍ତାନର ସବୁ ଆକ୍ରମଣକୁ ପ୍ରତିହତ କରିପାରିଥିଲା । ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା ।
ବିରୋଧୀଙ୍କୁ ରାଜନାଥଙ୍କ ନିଶାନା ; ସେନା କିପରି ଭାବେ “ଅପରେସନ ସିନ୍ଦୂର” ପରିଚାଳନା କଲେ ଜଣାଇଲେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











