ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଧକ୍କା ମାରିବା ଘଟଣାରେ ଦଣ୍ଡିତ ହେଲେ କୋହଲି । ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଉପରେ ଆଇସିସିର କଡା ଆକ୍ସନ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ସାମ୍ସ କନଷ୍ଟାସଙ୍କୁ ଧକ୍କା ମାରିବା ପାଇଁ ତାଙ୍କ ମ୍ୟାଚ ଫିସରେ ୨୦ ପ୍ରତିଶତ ଜୋରିମାନା ଲାଗିଛି ଓ ଗୋଟିଏ ଡିମେରିଟ ଅଙ୍କ ଦିଆଯାଇଛି । ଏହି ଘଟଣା ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି ।ତେବେ ସବୁଠାରୁ ବଡ କଥା ହେଉଛି କୋହଲି ନିଲମ୍ୱନରୁ ବଞ୍ଚିଯାଇଛନ୍ତି । କୋହଲିଙ୍କ ଉପରେ ଆଇସିସି ମାତ୍ର ୫ ଘଣ୍ଟାରେ ଏହି ଆକ୍ସନ ନେଇଛି । ଅନେକ ମ୍ୟାଚରେ ଖେଳ ଶେଷ ହେବା ପରେ ଆକ୍ସନ ନିଆଯାଇଥାଏ । ହେଲେ ଏହି ମ୍ୟାଚରେ ପ୍ରଥମ ଦିନରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି । ବିରାଟ କୋହଲି-କୋଷ୍ଟାସଙ୍କ ଏହି ଘଟଣାକୁ ଦୁର୍ଲଭ ଘଟଣା ବି କହିହେବ ।
Views: 50