ଯାଜପୁର : ବିରଜା ହାଟ ସାମିକ ଭାବେ ବନ୍ଦ କଲା ପ୍ରଶାସନ । ସାମୟିକ ଭାବେ ବନ୍ଦ ଘୋଷଣା ନିଦେ୍ର୍ଦଶ ଦେଲେ ଉପଜିଲ୍ଲାପାଳ । ହାଟ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ଦେଖି ନିଷ୍ପତ୍ତି । ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ । ଆଉ ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ ହେଉ ଚାହୁଁଛନ୍ତି । ରାସ୍ତାରୋକ ଓ ସାମ୍ନାସାମ୍ନି ସ୍ଥିତିକୁ ଦେଖି ୨ ପ୍ଲାଟୁନ ପୋଲିସ ମୁତୟନ । ପୁଲିସ ଉପସ୍ଥିତିରେ ବି ବିବାଦ ଉପୁଜୁଛି । ଯାଜପୁର-ସିଙ୍ଗପୁର ରାସ୍ତା ଅବରୋଧ କରିଛନ୍ତି ଅନ୍ୟ ଗୋଷ୍ଠୀର ଲୋକ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା । ଗତକାଲି ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣକୁ ନେଇ ଆରମ୍ଭ ହୋଇଛି ବିବାଦ । ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି ପୁଲିସ ।
Views: 24