ନୂଆଦିଲ୍ଲୀ : ସୁଦାନ ବିମାନବନ୍ଦରରେ ବଡ଼ ଦୁର୍ଘଟଣା । ରବିବାର ଏଠାରେ ଏକ ସିଭିଲ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ସେନାକର୍ମୀ ଅଛନ୍ତି। ସୁଦାନ ସେନା କହିଛି ଯେ ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ ଜଣେ କୁନି ଝିଅର ଜୀବନ ରକ୍ଷା ପାଇଥିବା କୁହାଯାଉଛି। କୁନି ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତା’ର ଚିକିତ୍ସା ଚାଲିଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୋର୍ଟ ସୁଦାନ ବିମାନବନ୍ଦରରୁ ଏକ ସିଭିଲ୍ ବିମାନ ଉଡ଼ାଣ ଭରୁଥିଲା। ଏହି ସମୟରେ ହଠାତ୍ ବୈଷୟିକ ତ୍ରୁଟି ହେତୁ ଟେକ୍ଅଫ୍ ବେଳେ ବିମାନଟି କ୍ରାସ୍ ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ସେନାର ୪ ଯବାନ ଅଛନ୍ତି। ସୂଚନାଥାଉ କି, ସୁଦାନ ଦୀର୍ଘ ଦିନ ଧରି ଗୃହଯୁଦ୍ଧ ନିଆଁରେ ଜଳୁଛି। ଏପ୍ରିଲ୍ ୧୫ରୁ ଏଠାରେ ସଶସ୍ତ୍ର ବାହିନୀ ଏବଂ ଅର୍ଦ୍ଧସୈନିକ ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ଯୁଦ୍ଧ ଚାଲିଛି।
ବିମାନ ବନ୍ଦରରେ ପ୍ଲେନ କ୍ରାସ, ୯ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...