ପିପିଲି : ବିବାଦ ସମାଧାନ କରିବାକୁ ଯାଇଥିଲେ ସରପଞ୍ଚ । ମାଡ ଖାଇ ଗୁରୁତର ଅବସ୍ଥାରେ ଚିକିତ୍ସିତ । ପୁରୀ ଜିଲ୍ଲା କଣାସ ବ୍ଲକ ଶିମିଳିପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ । ପାଣ୍ଡିଆକେରା ସରପଞ୍ଚଙ୍କ ସ୍ୱାମୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଗାଁ ମଝିରେ ଠେଙ୍ଗାବାଡ଼ିରେ ପିଟାପିଟିର ଭିଡ଼ିଓ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ନୂତନ ଅଙ୍ଗନବାଡି ଗୃହ ନିର୍ମାଣକୁ ନେଇ ଗାଁର ଦୁଇପକ୍ଷଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏହାକୁ ସମାଧାନ କରିବାକୁ ଯାଇ ମାଡ଼ ଖାଇଲେ ସରପଞ୍ଚଙ୍କ ସ୍ୱାମୀ । ତାଙ୍କ ଅଣ୍ଟାହାଡ଼ ଏବଂ ଗୋଡ ହାଡ଼ରେ ଗଭୀର ଆଘାତ ଲାଗିଛି । ଭୁବନେଶ୍ବରର ଏକ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ସରପଞ୍ଚଙ୍କ ସ୍ବାମୀ । ଶୀମିଳି ପାଟଣ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଘଟଣା ସ୍ଥଳରେ କଣାସ ପୋଲିସ ଉପସ୍ଥିତ ରହିଛି ।
Views: 31