ଭୁବନେଶ୍ୱର : ପୁଣି ବିବାଦରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଚୁକ୍ତି କରି କଳାକାରଙ୍କୁ ଟଙ୍କା ଦେଉ ନଥିବା ଅଭିଯୋଗ । କାଟେଣୀରେ ଥିବା ଅକ୍ଷୟ ପରିଜାଙ୍କ ପ୍ରଡକସନ୍ ହାଉସ୍ ଆଗରେ ସେମାନେ ପ୍ରତିବାଦ କରିଛନ୍ତି । ଦରମା ଦେଉନଥିବା ପ୍ରତିବାଦରେ ଏକାଠି ହେଲେ ହିରୋ, ହିରୋଇନ ଓ ଅନ୍ୟ କର୍ମଚାରୀ । ୭ ମାସର ଦରମା ଦେଉନଥିବା ଅଭିଯୋଗ ହୋଇଛି । ଅକ୍ଷୟ ପରିଜାଙ୍କ ବିରୋଧରେ କଳାକାରଙ୍କ ଅଭିଯୋଗ ପ୍ରସଙ୍ଗ । ଅନ୍ୟପଟେ ପ୍ରଯୋଜକ ଅକ୍ଷୟ ପରିଜା ପ୍ରତିକ୍ରିୟା ଦେଇ କହିଛନ୍ତି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଟେକ୍ନିକାଲ କାରଣ ଯୋଗୁ ପେମେଣ୍ଟରେ ବିଳମ୍ବ ହୋଇଛି। ବୈଷୟିକ କାରଣରୁ ୭୨ ଘଣ୍ଟା ଧରି ଆକାଉଣ୍ଟ ଅଚଳ ଥିଲା । ସକାଳ ୧୧ଟାରୁ ଆକାଉଣ୍ଟ ଠିକ୍ ହୋଇଛି ।ଖୁବ୍ଶୀଘ୍ର ଦରମା ଦେବା ପ୍ରକ୍ରିୟା ଆରମ୍ଭ ହେବ । କିଛି ଗୋଷ୍ଠୀ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କରୋନା ସମୟରେ ମଧ୍ୟ କମ୍ପାନୀ ନିୟମିତ ଦରମା ଦେଇଥିଲା ବୋଲି କହିଛନ୍ତି।
ସୂଚନା ଥାଉକି, ନିକଟରେ ତାଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ । ଯୌନ ନିର୍ୟାତନା ଅଭିଯୋଗ ଆଣିଥିଲେ ଜଣେ ଯୁବତୀ। ଏପଟେ ବ୍ଲାକମେଲିଂ କରାଯାଇଥିବା ପାଲଟା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ଓଲିଉଡ୍ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଏହି ମାମାଲାରେ ତାଙ୍କୁ ଇଡିରେ ମଧ୍ୟ ହାଜର ହେବାକୁ ପଡିଥିଲା।
ବିବାଦରେ ପ୍ରଯୋଜକ ଅକ୍ଷୟ ପରିଜା, ଚୁକ୍ତି କଳାକାରଙ୍କୁ ଟଙ୍କା ଦେଇ ନ ଥିବା ଅଭିଯୋଗ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...