ଜଳେଶ୍ୱର : ବିପଦ ସଙ୍କେତ ଡେଇଁଲା ଜଳକା ନଦୀ ଜଳସ୍ତର । ସକାଳ ୭ଟା ସୁଦ୍ଧା ମଥାନୀଠାରେ ୬.୮୦ ମିଟର ଜଳ ପ୍ରବାହିତ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢିଲା ବନ୍ୟା ଆଶଙ୍କା । ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡ଼ା, ଶୁଳିଆପଦା,ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର । ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବର ଆଶଙ୍କା କରାଯାଉଛି । ଗତ କିଛି ଦିନ ପୂର୍ବରୁ ବନ୍ୟା ଆସି ଶହ ଶହ ହେକ୍ଟର ଜମିରେ ଧାନ ତଳି ନଷ୍ଟ ହୋଇଥିଲା, ପୁଣି ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୮ ପଞ୍ଚାୟତ ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଂକା କରା ଯାଉଛି।
Views: 67