The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବିନା ସୂଚନା ଫଳକରେ ନିର୍ମାଣ ହେଉଛି ପୋଲ କାମ, ବିଭାଗ ସାଜିଛି ନୀରବ ଦ୍ରଷ୍ଟା ।

Facebook
Twitter
LinkedIn

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ କାଣ୍ଡ ଗାଁ ଗ୍ରାମର କାଣ୍ଡ ଗାଁ ଖାଳ ଉପରେ ଏକ ପୋଲ ନିର୍ମାଣ ହେଉଛି। ତେବେ ସରକାରୀ ନିୟମାନୁଯାୟୀ ପ୍ରକଳ୍ପ କାର‌୍ୟ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲାଗିବା ନିହାତି ଆବଶ୍ୟକ। ମାତ୍ର ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହା ପାଇଁ ଅଞ୍ଚଳବାସୀ ପୋଲ ନିର୍ମାଣ ବାବଦରେ କୌଣସି ତଥ୍ୟ ଜାଣି ପାରୁ ନାହାଁନ୍ତି । ଏକ ପ୍ରକାର ଦ୍ବନ୍ଦରେ ରହିଛନ୍ତି। ଯେପରିକି ଉକ୍ତ ପୋଲଟି କେଉଁ ବିଭାଗ ଅଧୀନରେ, କେତେ ଟଙ୍କାର କାମ, କେବ କାର‌୍ୟ୍ୟ ଆରମ୍ଭ ହୋଇ ଶେଷ ହେବ, ଠିକାଦାର ବା ନିର୍ମାଣ ସଂସ୍ଥା ର ନାମ, ପୋଲର ଅବଧି କେତେ ବର୍ଷ ଏହି ଭଳି ଅନେକ ତଥ୍ୟ ସାଧାରଣ ଲୋକେ ଜାଣି ବାକୁ ଚାହଁକ ଥିଲେ ବି ସେମାନଙ୍କୁ ସରକାରୀ ଅଧିକାରୀ ଓ ଠିକା ସଂସ୍ଥା ଏକ ପ୍ରକାର ଅନ୍ଧାରରେ ରଖିଛନ୍ତି ।

କେବଳ ସେତିକି ନୁହଁ, ପୋଲ ନିର୍ମାଣ କାର‌୍ୟ୍ୟରେ ବ୍ୟବହାର ହେଉଥିବା ଚିପ୍ସ, ମେଟାଲ, ବାଲି ଅତି ନିମ୍ନ ମାନର ଓ କଂକ୍ରିଟରେ ସିମେଣ୍ଟ ଭାଗ ମାପ କମ ଦିଆ ଯାଉଛି। ବିଭାଗୀୟ ଅଧିକାରୀ କାମ ତଦାରଖ ପାଇଁ ଆସନ୍ତି ନାହିଁ। ଗ୍ରାମବାସୀ ଏନେଇ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିବାକୁ ଚାହିଁଲେ ମଧ୍ୟ କେଉଁ ବିଭାଗର କାର‌୍ୟ୍ୟ ଓ କାର‌୍ୟୟନିର୍ବାହୀ ଅଧିକାରୀ କିଏ ଜାଣି ପାରୁନାହାନ୍ତି। ତେବେ ନିର୍ମାଣ କାର‌୍ୟ୍ୟ ବେଳେ ନିମ୍ନମାନର ମେଟାଲ, ଚିପ୍ସ ଓ ବାଲି କାହିଁକି ବ୍ୟବହାର କରାଯାଉଛି ପ୍ରଶ୍ନ କରି ପ୍ରତିବାଦ କରିବାରୁ ଠିକାସଂସ୍ଥାର ସୁପର ଭାଇଜର ଗ୍ରାମ ବାସୀ ଙ୍କୁ ନାଲି ଆଖି ଦେଖାଇବା ସହିତ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଗ୍ରାମବାସୀ ଓ ଠିକସଂସ୍ଥା ଭିତରେ ତୁତୁ ମେମେ ହୋଇ ଉତ୍ତେଜନା ପରିସ୍ଥିତି ଉପୁଜି ଥିଲା ।

ଏନେଇ ସୁବାସ ଚନ୍ଦ୍ର ଘୋଷ, ମିଟୁ ଦାସ, ବିଦ୍ୟାଧର ରଣା, ପ୍ରଦୀପ ମୂର୍ମୂ, ରବୀନ୍ଦ୍ର ବାରିକ୍, ସୁଶାନ୍ତ ବାରିକ୍, ପଞ୍ଚାନନ ଟୁଡୁ ପ୍ରମୁଖ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପାଇଁ ଏଭଳି ନିମ୍ନ ମାନର କାର‌୍ୟ୍ୟ ହେଉଛି । ମୋଟା ଅଙ୍କର ପିସିପାଇ ସରକାରୀ ନୀତିନିୟମ କୁ ଫୁ କରିଦେଉଚନ୍ତି ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ । ତେବେ ଯଦି ସଠିକ୍ ଭାଗ ମାପର ସିମେଣ୍ଟ ବ୍ୟବହାର କରାନଯାଏ ଓ ନିମ୍ନ ମାନର ଚିପ୍ସ, ମେଟାଲ ଓ ବାଲି ବ୍ୟବହାର କରାଯାଏ, ତେବେ ନିର୍ମାଣ କାର‌୍ୟ୍ୟ କୁ ଦୃଢ଼ ଭାବେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏନେଇ ବସ୍ତା ଗ୍ରାମ୍ୟ ଉନ୍ନୟନ ଓ ବିଭାଜନ ବିଭାଗର ସହକାରୀ ଯନ୍ତ୍ରୀ ସୁମିତ କୁମାର ମିଞ୍ଜ ଙ୍କୁ ପଚାରିବାରୁ ଏହା ତାଙ୍କ ବିଭାଗର କାର‌୍ୟ୍ୟ ଓ ଏହା ୧୯ ଲକ୍ଷ ଟଙ୍କାର ପ୍ରକଳ୍ପ ବୋଲି ସୂଚନା ଦେଇଥିଲେ। ମାତ୍ର ନିମ୍ନ ମାନର କାର‌୍ୟ୍ୟ ଓ ସୂଚନା ଫଳକ ବାବଦରେ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ।
ଋିପୋର୍ଟ ଅଜିତ ସାହୁ, ବାଲେଶ୍ୱର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login