କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ସାଲୁଜାଙ୍କୁ ହତ୍ୟା ଧମକ ନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର । ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଉଲ୍ଲେଖ । ବ୍ୟାନରରେ ଅଛି ହତ୍ୟା ଧମକ ଦେଇଥିବା ଯୁବକର ଫଟୋ । ପୋଷ୍ଟର ଜବତ ସହ କଣ୍ଟାବାଞ୍ଜି ପୋଲିସର ତଦନ୍ତ ଆରମ୍ଭ । ଆଜି ସକାଳୁ ସକାଳୁ କଣ୍ଟାବାଞ୍ଜି ବାଳିକା ହାଇସ୍କଲୁ ବାହାର ଥିବା ଏକ ଦୋକାନ ବାହାରେ ପୋଷ୍ଟର ଲାଗିଛି ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ଥିବା ଜଣାପଡିଛି । ତେବେ ଅନ୍ୟ ଏକ ବ୍ୟାନର ରିଳାୟନ୍ସ ପେଟ୍ରୋଲ ପମ୍ପ ପାଖ ଏକ ବିଦ୍ୟୁତ ଖୁଣ୍ଡରେ ଲାଗିଛି ଦୁଇଟି ସ୍ଥାନରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି।
ବ୍ୟାନର ଦେଖ୍ ଲୋକେ ଭୟଭୀତ ଥିବା ବେଳେ କଣ୍ଟାବାଞ୍ଜି ପୋଲିସ ଖବର ପାଇ ପୋଷ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ଉପରେ ମରାଣାନ୍ତକ ଆକ୍ରମଣ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ସ୍ଥାନୀୟ ଅଂଚଳରେ କଂଗ୍ରେସ ଆସୁଛି ବୋଲି ଏକ ପୋଷ୍ଟର ଲାଗିଥିଲା।
()
ବିଧାୟକ ସାଲୁଜାଙ୍କୁ ହତ୍ୟା ଧମକ , ୧୫ ଦିନରେ ମାରିବାକୁ ଲାଗିଛି ବ୍ୟାନର

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...