ଯାଜପୁର : ବିଦ୍ୟୁତ ଆଘାତରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ଯାଜପୁର ରୋଡ୍ ବ୍ୟାସ ସରୋବର କାମ ଚାଲିଥିବା ବେଳେ ଅଘଟଣ । ଲୁହା ରଡ କାଟିବା ବେଳେ କଟର ମେସିନ ଚାର୍ଜ ହୋଇଯାଇଥିଲା । ୨ ମୃତକ ଗୁଜୁରାଟ ଅହମ୍ମଦାବାଦର ଇନ୍ଦ୍ରଜିତ ମଣ୍ଡଳ ଓ ରେଜାବୁଲ୍ ଶେଖ ହୋଇଥିବା ସୂଚନା । କ୍ରିଷ୍ଣା ବିଲଡର ସଂସ୍ଥା ଅଧିନରେ ଏହି ଶ୍ରମିକମାନେ କାର୍ୟ୍ୟ କରୂଥିଲେ। କଟର ମେସିନ ସହାୟତାରେ ଲୁହାଛଡ କାଟୁଥିବା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ତୁରନ୍ତ ସେମାନଙ୍କୁ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।
Views: 115











