The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ଆଘାତରେ ହାତୀ ମୃତ

Facebook
Twitter
LinkedIn

କଣ୍ଟାମାଳ : କଣ୍ଟାମାଳ ରେଞ୍ଜରେ ବିଦ୍ୟୁତ ଆଘାତରେ ହାତୀ ମୃତ । ଘୁଚାଙ୍ଗି ଜଙ୍ଗଲ ନିକଟରେ ୧୧ କେଭି ବିଦ୍ୟୁତ ତାର ଲାଗି ମୃତ । ବିଦ୍ୟୁତ ଆଘାତରେ ଗଲା ଦନ୍ତାର ଜୀବନ। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ପଞ୍ଚାୟତ ଘୁଚାଙ୍ଗି ଗାଁ ପାଖ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। କୌଣସି କାରଣରୁ ହାତୀଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲା । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପପଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଗତକାଲି ସମ୍ବଲପୁର ବନଖଣ୍ଡ ବସିଆପଡ଼ା ସେକ୍ସନ ବସିଆପଡ଼ା ବିଟ୍ ଅଧୀନ ରପ୍ଟା ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ମଙ୍ଗଳବାର ଅପରାହ୍ନରେ ବନ ବିଭାଗ ସୂଚନା ପାଇଥିଲା। ଘଟଣାସ୍ଥଳରେ ଏସିଏଫ୍ ତେଜରାଜ ନାୟକଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login