ଢେଙ୍କାନାଳ : ସଦର ରେଞ୍ଜ ମହାଦିଆ ନିକଟରେ ହାତୀଛୁଆର ମୃତଦେହ ଠାବ । ବିଦ୍ୟୁତ ଆଘାତରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ଅନୁମାନ । ହାତୀ ଛୁଆର ବୟସ ଏକ ବର୍ଷ ହୋଇଥିବା ସୂଚନା ରହିଛି । ହାତୀଛୁଆ ପାଖାପାଖି ମାଆହାକୀ ବୁଲୁଥିବା ସୂଚନା ରହିଛି । ଘଟଣାସ୍ଥଳରେ ବନବିଭାଗ ଟିମ ପହଁଚିଛନ୍ତି ।ହାତୀପଲ ବିଲରୁ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ହାତୀ ପଲ ମଠରଗଡ଼ି ଜଙ୍ଗଲରୁ ବାହାରି ବିଲକୁ ଯିବା ସମୟରେ ମହାଦିଆ ଗ୍ରାମରେ ଫସଲ ରକ୍ଷା କରିବା ପାଇଁ ଚାଷୀ ଜମି ଚାରିପଟେ ଦେଇଥିବା ସୋଲାର କରେଣ୍ଟରେ ଲାଗି ଯିବାରୁ ହାତୀଛୁଆ ସେଥିରୁ ମୁକୁଳି ନପାରି ମୃତ୍ୟୁ ବରଣ କରିଥିଵା ଜଣାପଡିଛି। ଏହି ସୋଲାର ସହିତ ବିଦ୍ୟୁତ ସଂଯୋଗ ହୋଇଥିବା କିମ୍ବା ହାଇ ଭୋଲଟ୍ ପାଇଁ ହାତୀ ଛୁଆ ମରିଥିବା ସନ୍ଦେହ କରାଯାଉଛି।
Views: 55











