The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ଆଘାତରେ ପ୍ରଧାନଶିକ୍ଷୟତ୍ରୀଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ସମ୍ବଲପୁର : ବିଦ୍ୟୁତ ଆଘାତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଟଗାଁ ପଂଚାୟତ ଭାଲୁଗୁଡିଆ ଗାଁରେ ଅଘଟଣ ଘଟିଛି । ମୃତକଙ୍କ ନାଁ ଅନିତା ପୁରୋହିତ । ସେ ବାଟଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ । ଘର ବାଡିରେ କୂଅରୁ ପାଣି ଉଠାଇବା ପାଇଁ ମୋଟର ପମ୍ପ ଲଗାଇବାବେଳେ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ବଂଚାଇବାକୁ ଯାଇ ସ୍ବାମୀ ସନ୍ତୋଷ ଆହତ ହୋଇଛନ୍ତି । ଉଭୟଙ୍କୁ ନାକଟିଦେଉଳ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଅନିତାଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login