
ବାଲିପାଟଣା : ବିଦ୍ୟୁତ୍ ଆଘାତରେ ଚାଷୀ ଗୁରୁତର । ବିଦ୍ୟୁତ୍ ଆଘାତରେ ଆସି ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗୁରୁତର ଚାଷୀ ହେଉଛନ୍ତି ଗାରେଡିପାଞ୍ଚଣ ଗ୍ରାମର ଗନ୍ଧର୍ବ ଭୋଇ । ଆଜି ସକାଳୁ ଗନ୍ଧର୍ବ ନିଜ ପରିବା କ୍ଷେତରେ ପାଣି ମଡାଉଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗିଥିଲା । ତେବେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।
Views: 214