ଭୁବନେଶ୍ୱର : ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ । ଚମ୍ପୁଆ ବିଜେଡି ବିଧାୟକ ସନା ମହାକୁଡଙ୍କୁ ନବୀନଙ୍କ ତାଗିଦ । କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନ ଥିଲେ ପ୍ରଶ୍ନ କଲେ ନବୀନ । ଉତ୍ତରରେ ଅସୁସ୍ଥତା କାରଣ ଦର୍ଶାଇଲେ ସନା ମହାକୁଡ । ବିଜେପି ଆଡକୁ ଯାଉଛନ୍ତି କି କହି ତେରଛା ବାଣ ମାରିଲେ ନବୀନ । ଗତକାଲି ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବସିଥିଲା ବିଜେଡିର ବିଧାୟକ ଦଳ ବୈଠକ । ହେଲେ ଏହି ବୈଠକରେ ଯୋଗ ଦେଇନଥିଲେ ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡ । ଯାହାକୁ ନେଇ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସନାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ମିଳିଥିବା ସୂଚନା ମୁତାବକ, ସନାତନ ମହାକୁଡ କାହିଁକି ବିଧାୟକ ଦଳ ବୈଠକକୁ ଆସିନଥିଲେ ବୋଲି ପ୍ରଶ୍ନ କରିଥିଲେ ନବୀନ । ଏଥିସହ ସନାତନଙ୍କ ଉପରେ ସେ ବିରକ୍ତି ପ୍ରକାଶ କରିଥିଲେ । ଯାହା ଏବେ ଆଲୋଚନାର ବିଷୟ ପାଲଟିଛି ।
Views: 29