ବିଜାପୁର : ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ନିର୍ମମ ହତ୍ୟା । ମୃତକ ତିରୁପତି କୋଟଲା ସ୍ଥାନୀୟ ଅଞ୍ଚଳର ବିଜେପି ନେତା । ସୂଚନା ଅନୁସାରେ ତିରୁପତି କୋଟଲା ଶୁକ୍ରବାର ସନ୍ଧ୍ୟାରେ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବିଜାପୁରଠାରୁ ୨୫ କିଲୋମିଟର ଦୂର ଟୟନାର ଯାଇଥିଲେ। ଏହି ସମୟରେ ମାଓବାଦୀ ମାନେ ଧାରୁଆ ଅସ୍ତ୍ରରେ ତାଙ୍କ ବେକ ଓ ଛାତିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଆହତ ହୋଇଥିବା ତିରୁପତିଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।
Views: 78











