ଭୁବନେଶ୍ୱର : ଗୃହ ଅଚଳ ନେଇ ସରକାରୀ ଦଳ ମୁଖ୍ୟ ସଚତେକଙ୍କ ପ୍ରତିକ୍ରିୟା । ବିଜେପି ଗୃହ ଚଳାଇ ଦେଉନି, ଅତି ଦୁର୍ଭାଗ୍ୟଜନକ କଥା । ଗୃହ ପରିଚାଳନାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ଡାକିଛନ୍ତି, ଗୃହ ଚାଲିବା ନେଇ ଆଶା ।
ତୃତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା ମୌସୁମୀ ଅଧିବେଶନ। ଧୋଇଗଲା ପ୍ରଶ୍ନକାଳ। ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବିଭିନ୍ନ ପ୍ରସଙ୍ଗକୁ ନେଇ ହାତରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ହଟ୍ଟଗୋଳ କରିଥିଲେ ବିରୋଧୀ । ବିଜେଡି ବିଧାୟକ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।
Views: 107











