The Ultimate Managed Hosting Platform
ADVERTISEMENT

ବିଜେଡି ଶ୍ରୀମୟୀଙ୍କ ‘ଟାଇଟାନିକ’ ବାଣ ; ସିଧାସଳଖ ସୁଜାତାଙ୍କୁ ଟାର୍ଗେଟ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡିକୁ ପୁଣି ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । ଟାଇଟାନିକକୁ ସମ୍ପୁର୍ଣ୍ଣ ବୁଡାଇବୀ ପାଇଁ ବିଶ୍ୱସ୍ତରୀୟ ଯୋଜନା କହି ଟାର୍ଗେଟ । ନବୀନଙ୍କ ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟରେ ହମଲା । ନାଁ ନ ନେଇ ଶକ୍ତିନାନୀ କହି ସୁଜାତା ପାଣ୍ଡିଆନଙ୍କୁ ମାରିଲେ ତେର୍ଚ୍ଛା ବାଣ । ଶୁଣିବାକୁ ମିଳୁଛି ଶକ୍ତିନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି । ଦଳରେ ମିଶି ରାଜ୍ୟସଭା ଯିବାକୁ ଗୋଟାଉଛନ୍ତି ଶକ୍ତି । ଏଣ୍ଟ୍ରି ହୋଇଗଲେ ପୁଣି ହେବ ନୂଆ ସମୀକରଣ । ଜାମସେଦପୁର ପାଣି ପବନରେ ଯିଏ ବଢିଛି , ସେ ଓଡିଆଙ୍କ ସ୍ପନ୍ଦନ କେମିତି ବୁଝିବେ । ଇଲେକ୍ସନ କମିଶନ ବେଡି ପକାଇଥିଲେ , ଏବେ ନୂଆପରିଚୟ ଅପେକ୍ଷାରେ । ଶକ୍ତିନାନୀଙ୍କ ଚାଟଶାଳୀରେ ବରିଷ୍ଠ ନେତା ଟ୍ୟୁସନ ହେବାର ରାଜ୍ୟବାସୀ ଦେଖିଲେ । ଓଡିଶାବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ । ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ଦେଖାଯାଉ । ନବୀନ ବାବୁକହିଥିଲେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ । ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ ପ୍ଲାନ କରାଉଛି କିଏ ? ତେବେ ଶ୍ରୀମୟୀଙ୍କ ଏଭଳି ସୋସିଆଲ ମିଡିଆ ମନ୍ତବ୍ୟ ଉପରେ ବିଜେଡିର କୈାଣସି ପ୍ରତିକ୍ରିୟା ମିଳିପାରିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login