ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବିଜେଡି ମୁକ୍ତ ଓଡିଶା ଲକ୍ଷ୍ୟ । କାର୍ଯ୍ୟକାରିଣୀ ଆଲୋଚନା ନେଇ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସୂଚନା । ଓଡିଶାରେ କୋଟିଏ ପରିବାର ପାଖରେ ପହଁଚିବ ଦଳ । ପକ୍କା ଘର, ପିଇବା ପାଣି , ରୋଜଗାର ପାଇଁ କେନ୍ଦ୍ର ଯୋଜନା କରୁଛି । କିନ୍ତୁ ଓଡିଶାରେ ଯୋଜନା ଲୋକଙ୍କ ପାଖରେ ପହଁଚି ପାରୁନାହିଁ । ମହିଳା ନିର୍ଯ୍ୟାତନାରେ ଓଡିଶା ଏକ ନମ୍ବର ଆଡକୁ ଗତି କରୁଛି । ମହାନଦୀ ପ୍ରସଙ୍ଗରେ ବ୍ୟାକଫୁଟରେ ଓଡିଶା । ରତ୍ନ ଭଣ୍ଡାର ଚାବି ହଜିବା , ଫାଇଲ ଚୋରି ହେବା ଭଳି ଘଟଣା ଘଟୁଛି । ସବୁଠୁ ବଡ କଥା ହେଲା ଉତ୍ତର ଦେବାକୁ କେହି ନାହାନ୍ତି । ବେରୋଜଗାରୀ , ଶିଶୁ ଅପପୁଷ୍ଟି ବଢିଛି । ଶିକ୍ଷା ବି ଅବହେଳିତ । ୫ଟି ନାଁରେ ସ୍କୁଲରେ ରଙ୍ଗବୋଳା ହେଉଛି , ଗୁଣାତ୍ମକ ଶିକ୍ଷା ନାହିଁ । ଓଡିଶାରେ ଘରେ ଘରେ ୧ କୋଟି ପରିବାର ପାଖରେ ପହଁଚିବୁ ବୋଲି କହିଛନ୍ତି ଲେଖାଶ୍ରୀ । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତା ବଖାଣିବୁ । ବିଜେଡି ମୁକ୍ତ ଓଡିଶା ଗଠନ ପାଇଁ ବିଜେପି ଆଗକୁ ଯିବ ।
Views: 176