The Ultimate Managed Hosting Platform
ADVERTISEMENT

ବିଜେଡି ନେତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଭାରି ପଡିଲା ନୀଳଗିରି ବିଧାୟକଙ୍କୁ

Facebook
Twitter
LinkedIn

ଭୁବନେଶ୍ୱର : ନୀଳଗିରିରୁ ଭୁବନେଶ୍ବର ଯାଏଁ ସରଗରମ ରାଜନୀତି। ଅଡୁଆରେ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ବ୍ୟକ୍ତିଗତ ପ୍ରସଙ୍ଗ କହି ଦୂରେଇଗଲେ ନଗର ଉନ୍ନୟନ ମନ୍ତ୍ରୀ । କିନ୍ତୁ ବିଜେଡିର ଜୋରଦାର ପ୍ରତିବାଦ। ଏବେ ଭାରି ଅଡୁଆରେ ପଡୁଛି ଶାସକ ଦଳ । କାହା ମୁହଁରେ ରହୁନି ବାଡବଡା । ବିଜେଡି ବାଲେଶ୍ୱର ସାଂସଦ ପାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନୀଳଗିରି ବିଧାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ଶତାଧିକ ମହିଳା ନୀଳଗିରି ଥାନାରେ ତିନୋଟି ପୃଥକ ପୃଥକ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ନାମରେ ହାତୀ ଦାନ୍ତ ଚାଲାଣକାରୀଙ୍କୁ ସୁରକ୍ଷା ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଜବାବରେ ବିଧାୟକ ଖରାପ ଭାଷାରେ ଲେଖାଶ୍ରୀଙ୍କୁ ଇଙ୍ଗିତ କରିଥିଲେ । ଏହାର ପ୍ରତିବାଦରେ ବାଲେଶ୍ବର ବିଜୁ ମହିଳା ଜନତା ଦଳ ଏତଲା ଦେଇଥିବା ବେଳେ ଭୁବନେଶ୍ବର ମହିଳା ଥାନାରେ ବି ଏତଲା ଦାୟର କରିଛି ବିଜେଡି ।ରାଜନୀତିରେ ବ୍ୟକ୍ତିଗତ ଆକ୍ଷେପକୁ ଜୋରଦାର ସମାଲୋଚନା। କେବଳ ବିଜେଡି ନୁହେଁ, ନିଜ ଦଳର ନେତ୍ରୀ ମଧ୍ୟ ବିଧାୟକଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ସେପଟେ ନଗର ଉନ୍ନୟନ ମନ୍ତ୍ରୀ ସନ୍ତୋଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ପ୍ରସଙ୍ଗ କହି ଏଡ଼ାଇଯିବାକୁ ଚେଷ୍ଟା କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...

Login