ଭୁବନେଶ୍ୱର : ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଶିକ୍ଷାନୁଷ୍ଠାନ ଉପରେ ଆଇଟି ରେଡ । ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଏହି କୋଚିଂ ସେଣ୍ଟରରେ ଆଇଟି ରେଡ୍ କରୁଛି । କୋଚିଂ ସେଣ୍ଟରରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଂଚ କରାଯାଉଥିବା ଜଣାପଡ଼ିଛି । ରାତି ୪ଟାରୁ ଆୟକର ବିଭାଗର ଅଧିକାରୀ ଚଢାଉ କରୁଥିବା ସୂଚନା ମିଳିଛି ।ଗତବର୍ଷ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଉପରେ ଆୟକର ବିଭାଗ ଚଢାଉ କରିଥିଲା । ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ବଣିକ କୋଚିଂ ସେଂଟରରେ ରେଡ୍ କରିଥିଲା । ଏବେ ପାଖାପାଖି ବର୍ଷେ ପରେ ପୁଣି ଥରେ ଆୟକର ବିଭାଗ ଏହି କୋଚିଂ ସେଣ୍ଟର ଉପରେ ରେଡ୍ କରିଛି ।
Views: 60