ନରସିଂହପୁର : ବିଜେଡି ଛାଡିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ । ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ବିଜେଡିରୁ ଇସ୍ତଫା । ଦଳ ଛାଡିବା ନେଇ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ଜଣାଇଲେ । ଏହା ପରେ ବିଜେପିରେ ଯୋଗ ଦେଇଛନ୍ତି ରଘୁପତି । ଏଥିରେ ରଘୁପତି ମହାନ୍ତିଙ୍କର କେତେକ ସମର୍ଥକ ବି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ଉପସ୍ଥିତ ରହି ବିଜେଡି ଛାଡ଼ିଥିବା ନେତାମାନଙ୍କୁ ଦଳରେ ସାମିଲ କରିଛନ୍ତି। ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ଆଜି ସକାଳେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ସେ ଦର୍ଶାଇଥିଲେ ଯେ ଲୋକଙ୍କ ହିତ ଦୃଷ୍ଟରୁ ଦଳ ଛାଡ଼ିଛନ୍ତି।
Views: 67