ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ପରେ ଅରବିନ୍ଦ ଢାଲିଙ୍କ ପ୍ରତିକ୍ରିୟା । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ।ଘର ବାହୁଡା କରିବି କହିଲେ ଅରବିନ୍ଦ ଢାଲି । ଆସନ୍ତାକାଲି ବିଜେପିରେ ଯୋଗ ଦେବି । କଣ ଦାୟିତ୍ୱ ଦିଆଯିବ ତାହା ଦଳ ନିଷ୍ପତ୍ତି ନେବ । ଲୋକଙ୍କ ମତାମତ ଗ୍ରହଣ କରି ନିଷ୍ପତ୍ତି ନେଇଛି । ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି ୬ ଥର ବିଧାୟକ ରହିଛନ୍ତି । ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିବା ଅରବିନ୍ଦ ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିଛନ୍ତି । ତେବେ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି ।
Views: 81











