ଭୁବନେଶ୍ୱର : ବିଜେଡି କଳିକୁ ନେଇ ଅମରେଶଙ୍କ ବିସ୍ଫୋରକ ବୟାନ । ଦଳ ଠିକ ଢଙ୍ଗରେ ପରିଚାଳିତ ହେଉନି ବୋଲି କହିଲେ ଅମରେଶ ଜେନା ଓରଫ ବାଇଆଁ । ଯେଉଁମାନେ କାମ କରୁଛନ୍ତି ଅଣଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ୱ ଦିଆଯାିଛି ସେମାନେ ନିରପେକ୍ଷ ନୁହଁନ୍ତି । ମେଳି କରିଥିବା ବରିଷ୍ଠଙ୍କ ଦ୍ୱାରା ସେମାନେ ପରିଚାଳିତ ହେଉଛନ୍ତି । ସେମାନେ ଯାହା କହୁଛନ୍ତି , ଏମାନେ କରୁଛନ୍ତି । ନିର୍ବାଚନରେ ହାରିବା ପରେ ସବୁ ଜିଲ୍ଲାରେ ମୁଣ୍ଡ ପୁରାଉଛନ୍ତି । ୨୪ ବର୍ଷର ସରକାର ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ଭଲ ସରକାରକୁ କିଛି ଜଣ ଷଡଯନ୍ତ୍ର କରି ବିଦା କରିଛନ୍ତି । ଏହି ଷଡଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି । ଗୋଟିଏ ଲୋକ ଉପରେ ଦୋଷ ଦେଇ ଏମାନେ ପାର ହେଉଛନ୍ତି । ଏହି ଷଡଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି । ବିଜେଡିକୁ କବଜା କରିବାକୁ ରୀତିମତ ଷଡଯନ୍ତ୍ର ଚାଲିଛି । ଦ୍ୱିତୀୟ କ୍ଷମତାକେନ୍ଦ୍ର କିଏ ହେବ ବିଧିବଦ୍ଧ ଚକ୍ରାନ୍ତ ଚଳାଇଛନ୍ତି । ପ୍ୟାରୀଙ୍କ ନିକଟତର ଥିଲେ, ନବୀନଙ୍କ ବି ଏମାନେ ନିକଟତର । ମୋତେ ଲାଗୁଛି ଏମାନେ ଦଳକୁ ନିଶ୍ଚିତ ବୁଡାଇବେ । ବିଜେଡିକୁ ବଙ୍ଗୋପସାଗରରେ ପହଁଚାଇ ସାରିଲେଣି ୫ ହାରୁ ନେତା । ଏମାନେ ବିଜେଡିକୁ ବଙ୍ଗୋପସାଗରରେ ବୁଡାଇବେ । ଦଳକୁ କ୍ଷତି କରୁଥିବା ଲୋକଙ୍କ ବିରୋଧରେ ସ୍ୱର ଉତ୍ତୋଳନ ହେବ ।
ବିଜେଡି କଳିକୁ ନେଇ ଅମରେଶଙ୍କ ବିସ୍ଫୋରକ ବୟାନ ; କହିଲେ ଦଳ ଠିକ ଢଙ୍ଗରେ ପରିଚାଳିତ ହେଉନି, ବିଜେଡିକୁ ବୁଡାଇବେ ୫ ନେତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











