ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ କହିଲେ ଭକ୍ତ । ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରେସମିଟ । ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତାର ସହ ଲଢୁଛି ତେବେ ଅନାସ୍ଥା ପ୍ରସ୍ତାବ ଆଣୁ । ବିଧାନସଭାରେ ସରକାର ବିରୋଧରେ ବିଜେଡି ଅନାସ୍ତା ପ୍ରସ୍ତାବ ଆଣୁ । ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ ଆମେ ସମର୍ଥନ ଦେବୁ କହିଲେ ଭକ୍ତ । ନଚେତ ଆମେ ଅନାସ୍ଥା ପ୍ରସ୍ତାବ ଆଣିବୁ ବିଜେଡି ସମର୍ଥନ ଦେଉ । ବାଲେଶ୍ୱର ଘଟଣାକୁ ନେଇ ଆମେ ଲଜ୍ଜିତ କିନ୍ତୁ ସରକାର ଲଜ୍ଜିତ ନାହାନ୍ତି । ସରକାର ଏବେବି ନୀରବଦ୍ରଷ୍ଟା , ମହିଳା କମିଶନ ଗଠନ ହୋଇପାରିଲା ନାହିଁ ।
ସ୍ୱାଧୀନତାର ୭୫ ବର୍ଷ ପରେ ବି ନାରୀ ସୁରକ୍ଷିତ ନଥିବା ବେଳେ ସରକାର ନିରବଦଷ୍ଟା ସାଜିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ‘‘ଏଭଳି ଘଟଣା ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ କିଭଳି ଲଜ୍ଜା ଦେଉନାହିଁ କେଜାଣି। ସେମାନେ କ୍ଷମତାରେ ରହିବା ଉଚିତ ନୁହେଁ। ତୁରନ୍ତ ଇସ୍ତଫା ଦିଅନ୍ତୁ।’’
ବିଜେଡି ଅନାସ୍ଥା ଆଣୁ , ସମର୍ଥନ ଦେବୁ : ଭକ୍ତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ, ୨୭ ତାରିଖ ଯାଏଁ ବର୍ଷା
ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସାରା...
ନିଜକୁ ଜାଳିଦେଲେ ବୃଦ୍ଧ !
ଦିଗପହଣ୍ଡି : ସୁଇସାଇଡ ନୋଟ ଲେଖି ନିଜକୁ ଜାଳିଦେଲେ ବୃଦ୍ଧ । ପାଟପୁର ଥାନା ବଢିଆଉସ୍ତା ଗାଁରେ ଅଘଟଣ । କିରାସିନି ଢାଳି ନିଆଁ ଲଗାଇ ଦେବାରୁ...
କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ , ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ : ପ୍ରଭାତୀ ପରିଡା
ଭୁବନେଶ୍ୱର : କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ । ସେମାନଙ୍କର କୈାଣସି ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତୁ । ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ...
FM ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି
ବାଲେଶ୍ୱର : ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢିଲା । କୁଳପତି ସନ୍ତୋଷ କୁମାର ତ୍ରୀପାଠିଙ୍କ କାର୍ଯ୍ୟକାଳ ୬ ମାସ ବଢିଲା । ଆଜି କାର୍ଯ୍ୟକାଳ...