ଜଗତସିଂହପୁର : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁନଙ୍ଗ, ଅଁଳା ଓ ସିଂହାରପୁର ପଞ୍ଚାୟତର ରେ ବିଜେଡିର ପରିବାର ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ କାଯୁନିଗମ୍ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଶତାଧିକ ବିଜେଡି ମହିଳା,ଛାତ୍ର,ଯୁବକ ଓ କର୍ମୀ ମାନେ ପୁନଙ୍ଗ ପଞ୍ଚାୟତରୁ ପଦଯାତ୍ରାରେ ବାହାରି ଚାରିପୋଲିଆ ସ୍ଥିତ ଜାତୀୟ କବି ବୀରକିଶୋର ଉଦ୍ୟାନ ପରିସରରେ ପହଞ୍ଚି ଏକ ପରିବାର ସମ୍ପର୍କ ଅଭିଯାନ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ଜଗତସିଂହପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବିଦତ ମହାନ୍ତି,ଲକ୍ଷ୍ମୀକାନ୍ତ ସ୍ୱାଇଁ, ସୁଭ୍ରକାନ୍ତ ଜେନା, ଶେଖ୍ ରକିବ ଉଦ୍ଦିନ, ସୁଲଚନା ଦାସ,ପ୍ରମୁଖ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ପରିବାର ସମ୍ପର୍କ ଅଭିଯାନରେ କିପରି ଆମେ ସମସ୍ତ ପରିବାରକୁ ବିଜୁଜନତା ଦଳରେ ସାମିଲ କରି ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ଓ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ଜନସାଧାରଣଙ୍କ ପାଖରେ ପହଞ୍ଚିଛି କି ନାହିଁ ସେହି ବିଷୟରେ ଜନସାଧାରଣଙ୍କୁ ଜଣାଇବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ କିଭଳି ବିପୁଳ ସଂଖ୍ୟାରେ ଜିତିବ ସେଥିପାଇଁ ଦଳୀୟ ନେତା ଓ ଆଗଧାଡିର କର୍ମୀ ମାନେ ଆହ୍ବାନ ଦେଇଥିଲେ।
ବିଜେଡିର ପରିବାର ସମ୍ପର୍କ ଅଭିଯାନ ସଭା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











