ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ କଟକ ସଦର ବିଜେପି ସଭାପତି ଥିଲେ। ୨୦୧୪ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ। ହେଲେ ୨୦୧୯ ରେ ବିଜେପି ଟିକେଟରୁ ପରାଜୟ ବରଣ କରିଥିଲେ। ଆଜି ସେ ତାଙ୍କ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେଇଛନ୍ତି।
Views: 77