ଭୁବନେଶ୍ୱର : ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡିର ପରାଜିତ ଓ ଅସନ୍ତୁଷ୍ଟ ନେତା । ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାଁରେ ଭୁବନେଶ୍ୱର ଉପକଣ୍ଠରେ ଏକାଠି ହେଲେ । ପ୍ରୀତିରଞ୍ଜନ ଘଡେଇ, ରାଜେନ୍ଦ୍ର ସାହୁ, ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ରହିଛନ୍ତି । ସମ୍ବିତ ରାଉତରାୟ, ଲତିକା ପ୍ରଧାନ , ପ୍ରଭୁ ଜାନୀ ଉପସ୍ଥିତ ରହିଥିଲେ । ଏହା ସହ ସଞ୍ଜୟ ଦାସବର୍ମା ଓ ମହିଧର ରଣା ମଧ୍ୟ ଉପସ୍ଥିତ ରହିଥିଲେ । ଯୁବ ନେତୃତ୍ୱଙ୍କୁ ନେଇ ନୂଆ ସମୀକରଣ ଆରମ୍ଭ ହେବ କହିଲେ ପ୍ରଭୁ ଜାନୀ । ଆଲୋଚନା ଦ୍ୱାରା ସଂଗଠନ ଆହୁରି ସୁଦୃଢ ହେବ କହିଲେ ମହିଧର ରଣା ।
Views: 70











