ଭୁବନେଶ୍ୱର : ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଶଙ୍ଖ ଭବନରେ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଚିରଞ୍ଜୀବ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ସାଂସଦ ଡ. ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ପ୍ରମୁଖଙ୍କ ଉପସ୍ଥିତରେ ଏହି ମିଶ୍ରଣ ପର୍ବ ହୋଇଥିଲା । ସାଂସଦ ମାନସ ମଙ୍ଗରାଜ ଚିରଞ୍ଜୀବ ଏବଂ ଅନ୍ୟମାନଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ । ଏହି ଅବସରରେ ମାନସ କହିଥିଲେ, ‘ଚିରଞ୍ଜୀବ ବାବୁ କେବଳ ଜଗତସିଂହପୁର ନୁହେଁ ସାରା ରାଜ୍ୟରେ ଜଣେ ଟାଣୁଆ ନେତା । ବିଜେଡିରେ ତାଙ୍କ ଯୋଗଦାନ ଦଳକୁ ସୁସଙ୍ଗଠିତ କରିବା ସହ ଆହୁରି ସୁଦୃଢ଼ କରିବ ।’
Views: 75