ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିଗିଡିଛି ସ୍ୱାସ୍ଥ୍ୟବସ୍ଥା । ସୂଚନାଅନୁସାରେ ସିଏମ ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁସ୍ଥ ଥିବା ହେତୁ ଆଜି ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ଥଣ୍ଡା ଏବଂ ପାଗ ପରିବର୍ତ୍ତନ ଯୋଗୁ ମୁଖ୍ୟମନ୍ତ୍ରୀ ଭାଇରାଲ ଜ୍ୱରରେ ପୀଡିତ ଅଛନ୍ତି । ଯେଉଁଥ ିପାଇଁ ଡାକ୍ତରମାନେ ତାଙ୍କୁ ଆଜି ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଆଜି ସିଏମ ନୀତିଶ କୁମାରଙ୍କୁ ପାଟନା ଠାରୁ ରାଜଗିରି ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାରଥିଲା ।
Views: 35