ଆଜିଠୁ ବିଏସକେୱାଇ-ନବୀନ କାର୍ଡର ପଞ୍ଜୀକରଣ । ୧୬ ତାରିଖ ଯାଏଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ହିତାଧିକାରୀ । ମୋ ସେବା କେନ୍ଦ୍ରରେ ବିନା ଦେୟରେ ପଞ୍ଜୀକରଣ କରିପାରିବେ ହିତାଧୀକାରୀ । ଡବ୍ଲ୍ୟୁଡବ୍ଲ୍ୟଡବ୍ଲ୍ୟୁଡଟ ବିଏସକେୱାଇ ନବୀନ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଜରିଆରେ ଜଣେ ବ୍ୟକ୍ତି ଆବେଦନ କରିପାରିବେ । ଅଫ ଲାଇନ ମାଧ୍ୟମକେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ଏଥି ପାଇଁ ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । କେଉଁ ମାନେ ଏଥିରେ ସାମିଲ ହୋଇ ପାରିବେ , କି ପ୍ରକାର ସୁବିଧା ପାଇବେ ଏବଂ କେମିତି ପଞ୍ଜୀକରଣ କରିବେ ସେ ସମ୍ପର୍କରେ ସଚେତନ କରାଯାଇଛି । ଯେଉଁ ମାନଙ୍କ ପାଖରେ ବିଏସକେୱାଇ କାର୍ଡ ଓ ରାସନ କାର୍ଡ ଅଛି , ସେମାନଙ୍କୁ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ । ଯେଉଁ ମାନେ ସରକାରୀ ଚାକିରି କରି ନାହାନ୍ତି , କି ଇନକମ ଟ୍ୟାକ୍ସ ଦେଉ ନାହାନ୍ତି , କିନ୍ତୁ ସେମାନଙ୍କ ପାଖରେ ରାସନ କାର୍ଡ ନାହିଁ , ସେମାନେ ବିଏସକେବ୍ୱାଇ-ନବୀନ କାର୍ଡ ପାଇଁ ଅନଲାଇନ ଆବେଦନ କରି ପାରିବେ । ଚଳିତବର୍ଷ ମେ ମାସରୁ ଏହି ସବୁଧା ଉପଲବ୍ଧ ହେବ ।
ପଞ୍ଜୀକରଣ ପାଇଁ କେଉଁ କେଉଣ କାଗଜ ପତ୍ର ଆବଶ୍ୟକ?
ପରିବାରର ମୁଖ୍ୟଙ୍କ ନାମରେ ପଞ୍ଜୀକରଣ ହେବ । ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଆବେଦନ କରିପାରିବେ । ଆବେଦନ କାରୀଙ୍କ ମୋବାଇଲ ନମ୍ବର ସହ ଆଧାର ନମ୍ବର ଜରୁରୀ । ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ଭୋଟ ପରିଚୟ ପତ୍ର । ଆବେଦନ କାରୀଙ୍କ ସଦ୍ୟତମ ଫଟୋ । ୫ ବର୍ଷରୁ କମ ପିଲାଙ୍କ ସମେତ ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ଜରୁରୀ । ୫ ବର୍ଷରୁ କମ ପିଲାଙ୍କ ଆଧାର ନ ଥିଲେ ଜୁନ ୩୦ ସୁଦ୍ଧା ଦାଖଲ କରିବା ନେଇ ଅଣ୍ଡରଟେକିଂ ଦେଇ ପାରିବେ ।
ଏହି କାର୍ଡ ପାଇଁ କେଉଁ ମାନେ ଯୋଗ୍ୟ?
ଗ୍ରାମାଞ୍ଚଳରେ ବସ ବାସ କରୁଥିବା ଆବଶ୍ୟକ । ୨୦୨୨-୨୦୨୩ ବର୍ଷକର ଆୟକର ଦେଇ ନ ଥିବେ । ନିୟମିତ ସରକାରୀ କିମ୍ବା ପେନସନ ଭୋଗୀ ହୋଇ ନ ଥିବେ । ବର୍ତ୍ତମାନ ଚାଲୁଥିବା ବିଏସକେବ୍ୱାଇ ବା ରାସନ କାର୍ଡରେ ଅନ୍ତର୍ଭୁକ୍ତ ହୋଇ ନ ଥିବେ ।
ନବୀନ କାର୍ଡର ସୁବିଧା –
ତାଲିକଭୁକ୍ତ ସମସ୍ତ ରାଜ୍ୟ ଓ ରାଜ୍ୟ ବାହାର ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା । ବିଏସକେବ୍ୱାଇ ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପ ର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ହୃଦରୋଗ, କିଡନୀ ରୋଗ, ବ୍ରେନ ଷ୍ଟ୍ରାକ, ବ୍ରେନ ଟ୍ୟୁମର ଭଳି ଜଟିଳ ରୋଗର ମିଳିବ ଚିକିତ୍ସା । ଗମ୍ଭୀର ମସ୍ତିଷ୍କ କ୍ଷତ, ପୋଡାଜଳା ଆହତ, ସ୍ନାୟୁ ମାଂସପେଶୀ, କ୍ୟାନସର ଭଳି ଜଟିଳ ରୋଗର ଚିକିତ୍ସା ମିଳିବ ।
ପଞ୍ଜୀକରଣ ପ୍ରକ୍ରିୟା ସମ୍ବନ୍ଧିତ ସହାୟତା ନମ୍ବର -୧୫୫୩୬୯
ବିଏସକେୱାଇ-ନବୀନ କାର୍ଡ ପଞ୍ଜୀକରଣ ପାଇଁ କେଉଁ କାଗଜ ପତ୍ର ଆବଶ୍ୟକ? ଏହି କାର୍ଡ ପାଇଁ କେଉଁ ମାନେ ଯୋଗ୍ୟ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











