
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ପାଇଁ ଆରମ୍ଭ ହେଲା ଭୋଟ ଗଣତି । ବିଳମ୍ବରେ ଆରମ୍ଭ ହୋଇଛି ଗଣତି । ରାଜ୍ୟବ୍ୟାପୀ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ ବିଳମ୍ବରେ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି ।ବିଜେଡିର ବାଜିମାତ୍ । ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତି ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ୩୫୧୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୨୧୪୩ ଖଣ୍ଡ ଭୋଟ ପାଇଛନ୍ତି । ଆଉ ବାକି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୧୫୬ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଟକ ମହାନଗର ନିଗମରେ ମଧ୍ୟ ଭୋଟ ଗଣତି ଜାରି ରହିଛି ।

ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂହ ୮୨୯୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୭୮୫୦ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୩୪୯୪ ଖଣ୍ଡ ଭୋଟ ପାଇଛନ୍ତି । ସେପଟେ ବ୍ରହ୍ମପୁର ମହାନଗର ନିଗମ ଲାଗି ଭୋଟ ଗଣତି ଜାରି ରହିଛି । ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୭୫୧୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୪୧୬୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ୧୭୧୯ ଖଣ୍ଡ ଭୋଟ ପାଇଛନ୍ତି ।