ଭୁବନେଶ୍ୱର : ମାଷ୍ଟର ମାଇଣ୍ଡ ଗିରଫ ଦାବି କଲେ ମେୟର । ବିଏମସି ଅଫିସରେ ବୈଠକ ପରେ କଡା ପ୍ରତିକ୍ରିୟା ରଖିଲେ ମେୟର । ଏ ଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ । ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ । ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ । କିନ୍ତୁ ଓଏଏସ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି । ବିଏମସିରେ ମଧ୍ୟ ସମସ୍ତେ ଛୁଟିରେ ରହିଛନ୍ତି ବୋଲି କହିଛନ୍ତି ସୁଲୋଚନା ଦାସ । ମେୟର ଭାବେ ମୁଁ ସମର୍ଥନ କରୁଛି ଓ ସେମାନଙ୍କ ସହ ରହିଛି । ମୁଖ୍ୟ ଅଭିଯୁକ୍ତ ନ ଧରା ହେବା ଯାଏଁ କାମରେ ଯୋଗ ଦେବୁ ନାହିଁ ।
Views: 20