ନୂଆଦିଲ୍ଲୀ : ଉକ୍ରଟ ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା । ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ବଢିବାରେ ଲାଗିଛି । ଆଉ ଏହା ମଧ୍ୟରେ ୫ମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ପିଲାଙ୍କ ଛୁଟିକୁ ବଢାଇ ଦିଆଯାଇଛି । ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ସ୍କୁଲ ଛୁଟି ବଢିବା ନେଇ ଘୋଷଣା କରିଛନ୍ତି । ପ୍ରଦୂଷଣ ସ୍ତର ବଢିବାରୁ ୧୦ ନଭେମ୍ବର ନୁହେଁ ୧୮ ନଭେମ୍ବର ପର୍ୟ୍ୟନ୍ତ ଛୁଟିକୁ ବଢାଇ ଦିଆଯାଛି । ପ୍ରଥମରୁ ୫ମ୍ ପର୍ୟନ୍ତ ସ୍କୁଲ ସଂପୂର୍ଣ୍ଣ ବନ୍ଦ ରହିବା ସ୍ଥଳେ ୬ଷ୍ଠରୁ ୧୨ଶ ଶ୍ରେଣୀ ପର୍ୟ୍ୟନ୍ତ ପିଲା ଅନଲାଇନ କ୍ଲାସ କରିବେ ।
ଦିଲ୍ଲୀ ସରକାର ଦ୍ୱାରା ଜାରି ହୋଇଥିବା ଆଦେଶରେ କୁହାଯାଇଛି କି, ଦିଲ୍ଲୀରେ ଏକ୍ୟୁଆଇ ୯୦୦ ପାର ହୋଇସାରିଛି । ଯାହା ବହୁତ ଗମ୍ଭୀର । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ଏହାପୂର୍ବରୁ ୧୦ ତାରିଖ ପର୍ୟ୍ୟନ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ସ୍ଥଳେ ଏବେ ଏହାକୁ ବଢାଇ ଦିଆଯାଇଛି । ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ବାୟୁ ପ୍ରଦୂଷଣ ଯୋଗୁଁ ଶୀତକାଳୀନ ଛୁଟି ଆଗୁଆ ଘୋଷଣା କରାଯାଇଛି ।
ବାୟୁ ପ୍ରଦୂଷଣ ; ବଢିଲା ସ୍କୁଲ ଛୁଟି, ୧୮ ଯାଏଁ ଛୁଟି ଘୋଷଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











