ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବଢୁଥିବା ଯୋଗୁଁ ସରକାରୀ ସ୍କୁଲ ବନ୍ଦ ହେବା ପରେ ହରିୟାଣାରେ ମଧ୍ୟ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବଢୁଥିବା ପ୍ରଦୂଷଣ ଯୋଗୁଁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । ହରିୟାଣା ଶିକ୍ଷା ବିଭାଗ ଏହାକୁ ନେଇ ଏକ ନୋଟିସ ଜାରି କରିଛି । ନୋଟିସରେ କୁହାଯାଇଛି, ପ୍ରଦୂଷଣ ବୃଦ୍ଧି ପାଇବା ଯୋଗୁଁ ସ୍କୁଲ ବନ୍ଦ କରାଯାଉଛି । ଏହାସହିତ ସମସ୍ତ ଶ୍ରେଣୀ ପାଇଁ ଅନଲାଇନ କ୍ଲାସର ବ୍ୟବସ୍ଥା କରାଯିବ । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
Views: 74