ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ହନୁମାନଗଡ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ସୁରକ୍ଷିତ ଥିବା ବେଳେ ଖସିପଡିଥିବା ଗାଁରେ ୨ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି । ସୁରତଗଡରୁ ଉଡାଣ ଭରିଥିଲା ବିମାନ । ଘଟଣାସ୍ଥଳରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି ।
ଉଡାଣ ଭରିବା ବେଳେ କୌଣସି କାରଣରୁ ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଯାଇଥିଲା ମିଗ୍-୨୧ । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଦୁଇ ପାଇଲଟ । ଦୁର୍ଘଟଣା ଘଟିବା ପରେ ପାଇଲଟ ପାରାସୁଟ୍ ସାହାଯ୍ୟରେ ବିମାନରୁ ଡେଇଁପଡିଥିଲେ । କିନ୍ତୁ ବିମାନଟି ଏକ ଘର ଉପରେ ପଡିଯାଇଥିଲା । ଫଳରେ ୨ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ଏୟାରଫୋର୍ସ ତରଫରୁ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
ତେବେ ଦୁର୍ଘଟଣା କାହିଁକି ଘଟିଲା, ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଲୋକଙ୍କୁ ଦୂରେଇ ରହିବା ପାଇଁ କୁହାଯାଇଛି ।
ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ; ୨ ଗ୍ରାମବାସୀ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ
ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...
ଶିଶୁ କନ୍ୟାକୁ ଅସଦାଚରଣ !
ଯାଜପୁର : ୪ ବର୍ଷର ଶିଶୁକନ୍ୟାକୁ ଅସଦାଚରଣ ଅଭିଯୋଗ । ବନ୍ଧୁ ଘରକୁ ଆସିଥିବା ଯୁବକଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ । ଅଭିଯୁକ୍ତ ଯୁବକ ଅଟକ...
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ
ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...
ଓଭାଲ ଟେଷ୍ଟରେ ଭାରତର ବଡ ବିଜୟ
ନୂଆଦିଲ୍ଲୀ : ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ବଡ ବିଜୟ । ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ । ମାତ୍ର ୬ ରନରେ...