The Ultimate Managed Hosting Platform
ADVERTISEMENT

ବାହା ହେବାକୁ ଆସି ବନ୍ଧା ହେଲା ବର

Facebook
Twitter
LinkedIn

କଣ୍ଟାବାଞ୍ଜି : ଅସଲି କନିଆଁକୁ ବାହା ହେବାକୁ ଆସିଛି ନକଲି ବର ।ସାଙ୍ଗରେ ଆଣିଛନ୍ତି ନକଲି ସୁନା ଗହଣା । ଏଭଳି ଜଣେ ନକଲି ବରକୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା ଗାଁରେ ।

ସୂଚନା ଅନୁଯାୟୀ, ନିଜକୁ କଳାହାଣ୍ଡି ଅଞ୍ଚଳର ସଞ୍ଜୟ ସାହୁ କହି ଚାଉଳସୁଖା ଗାଁର ଜଣେ ଝିଅ ସହ ବାହାଘର ସ୍ଥିର ହୋଇଥିଲା। ହେଲେ ଝିଅ ଘରକୁ ଅନ୍ୟ ଏକ ଗାଁ ଦେଖାଇବା ସହ ନକଲି ଘର ଦେଖାଇ ବିବାହ ପାଇଁ ଦିନ ଧାର୍ଯ୍ୟ ମଧ୍ୟ ହୋଇଥିଲା। ହେଲେ ବାବୁ ଜଣଙ୍କ ବାହା ଲଗ୍ନର ଚାରି ଘଣ୍ଟା ପରେ ଏକାକୀ ଆସିବା ସହ ବାଟରୁ ଜଣେ ପଣ୍ଡିତଙ୍କୁ ଉଠାଇ ଆଣିଥିଲେ। ବରଯାତ୍ରୀରେ କେବଳ ବରକୁ ଦେଖି ଗ୍ରାମବାସୀଙ୍କ ମନରେ ସନ୍ଦେହମାନ ଉପୁଜିଥିଲା । ଆଉ ପରିଚୟ ଖୋଜିବାରୁ ବାବୁଙ୍କ ନାମ ଲକ୍ଷ୍ମୀକାନ୍ତ ତିୱାରୀ ବୋଲି ଜଣା ପଡିବା ପରେ ଗ୍ରାମବାସୀମାନେ ଠକ ବରକୁ ଉତ୍ତମ ମଧ୍ୟମ ଦେଇଥିଲେ। ସେପଟେ ଖବର ପାଇ ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚିଥିବା ବେଳେ ଗ୍ରାମବାସୀମାନେ ଠକ ବର ସହ ପୋଲିସ ଗାଡିକୁ ମଧ୍ୟ ଅଟକ ରଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login