ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ରେଜଲ୍ଟ । ୧,୮୦,୩୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୪୩,୭୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୪୩,୭୭ କୃତକାର୍ଯ୍ୟ ମଧ୍ୟରୁ ୭୫୦୯ ଜଣ ଛାତ୍ରୀ । ଆଇଆଇଟି ହାଇଦ୍ରାବାଦ ଜୋନର ଭିସି ରେଡ୍ଡୀ ଟପ୍ପର । ପରୀକ୍ଷା ଫଳ ଚେକ୍ କରିବା ପାଇଁ jeeadv.ac.inକୁ ଯାଇ ଫଳାଫଳ ଚେକ୍ କରିପାରିବେ ।ଚଳିତବର୍ଷ ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ କରାଯାଇଥିଲା । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୨ଟା ପର୍ୟ୍ୟନ୍ତ ରହିଥିଲା । ସେହିପରି ଦ୍ବିତୀୟ ସିଫ୍ଟ ୨.୩୦ ମିନିଟରୁ ୫.୩୦ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା । ପରୀକ୍ଷା ଫଳ ଚେକ୍ କରିବା ପାଇଁ ପ୍ରାର୍ଥୀ ରେଜିଷ୍ଟ୍ରେସନ ନମ୍ବର ଏବଂ ଜନ୍ମତାରିଖ ଦେଇ ଲଗଇନ କରି ଦେଖିପାରିବେ ।
Views: 63