The Ultimate Managed Hosting Platform
ADVERTISEMENT

ବାହାନଗା ରେଳ ଦୁର୍ଘଟଣା : ଏସସିବିରେ ଆଉ ଜଣଙ୍କର ମୃତ୍ୟୁ

Facebook
Twitter
LinkedIn

କଟକ : କଟକ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୯୩ରେ ପହଂଚିଛି । ତେବେ ମୃତକ ଜଣକ ହେଲେ ବିହାରର ମନୀଷ କୁମାର(୨୪)। ସେ ଗତ ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଦୁର୍ଘଟଣାରେ ବ୍ୟାପକ ଭାବରେ ଦେହରେ କ୍ଷତ ହୋଇଥିଲା। ଦୀର୍ଘ ଦିନ ଧରି ଚିକିତ୍ସା ପରେ ଆଜି ସେ ମୃତ୍ୟବରଣ କରିଛନ୍ତି। ତାଙ୍କ ବାପାଙ୍କ ନାଁ ସାଗର ରାମ। ଘର ବିହାର ରାଜ୍ୟର ଜମୁଇଠାରେ। ସେ ସେଣ୍ଟ୍ରାଲ ଆଇସିୟୁରେ ବେଡ଼ ନଂ ୧୫ରେ ଚିକିତ୍ସିତ ହେଉଥିଲେ। ଆଜି ସାଢେ ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି। ଏହାକୁ ମିଶାଇ ଏସସିବିରେ ବର୍ତ୍ତମାନ ୫ ଜଣ ଟ୍ରେନ ଟ୍ରାଜେଡିରେ ଆହତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଏସସିବିରେ ମୋଟ ୨୨ଜଣ ବାହାନଗା ଟ୍ରେନ ଟ୍ରାଜେଡି ଆହତ ଚିକିତ୍ସା ହେଇଛନ୍ତି । ସେଥିମଧ୍ୟରୁ ୫ ଜଣ ଆଇସିୟୁରେ ଥିବା ବେଳେ ଅନ୍ୟ ୧୭ ଜଣ ୱାର୍ଡରେ ଚିକିତ୍ସାଧୀନ ରହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login