The Ultimate Managed Hosting Platform
ADVERTISEMENT

ବାହାନଗା ଟ୍ରେନ ଟ୍ରାଜେଡି; ଏମସରେ ରହିଛି ୪୦ରୁ ୪୧ ମୃତଦେହ

Facebook
Twitter
LinkedIn

ଭୁବନେଶ୍ୱର: ବାହାନଗା ଟେନ୍ର ଦୁର୍ଘଟଣା । ଏମସରେ ଏବେବି ରହିଛି ୪୦ରୁ ୪୧ ଅଚିହ୍ନା ଶବ । ୪୦-୪୧ ଅଚିହ୍ନା ଶବ ରହିଥିବା କହିଲେ ଏମସ ନିଦେ୍ର୍ଦଶକ ଡ. ଆଶୁତୋଷ ବିଶ୍ୱାସ । ଯେଉଁମାନେ ଶବ ନେବାକୁ ଆସୁଛନ୍ତି ସେମାନଙ୍କ ଡିଏନଏ ଟେଷ୍ଟ ହେଉଛି । ଡିଏନଏ ସାମ୍ପଲ ମ୍ୟାଚ ହେଲେ ମୃତଦେହ ଦିଆଯାଉଛି । ଏହା ଏକ ନିରନ୍ତର ପ୍ରକ୍ରିୟା। ଏବେ ମୃତକଙ୍କ ସଂପର୍କୀୟ କମ୍ ଲୋକ ଆସୁଛନ୍ତି। ଦିନେ ଦୁଇ ଦିନରେ ଜଣେ ଦୁଇ ଜଣ ସଂପର୍କୀୟ ଆସୁଛନ୍ତି। ଶବ ଚିହ୍ନଟ ହୋଇପାରୁଛି। କିନ୍ତୁ ଲୋକ ନେବା ପାଇଁ ଆସୁନାହାନ୍ତି। ଶବ ହସ୍ତାନ୍ତର ସଂପର୍କରେ ସମସ୍ତଙ୍କୁ ବିଭିନ୍ନ ମାଧ୍ୟମରେ ସୂଚନା ଦିଆଯାଉଛି। ଶବଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯାଇଛି। ଆହୁରି ଅନେକ ଦିନ ଶବ ସଂରକ୍ଷିତ କରି ରଖାଯାଇପାରିବ। ବର୍ତ୍ତମାନ ସୁଦ୍ଧା ସମୂହ ଶବ ଦାହ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login