The Ultimate Managed Hosting Platform
ADVERTISEMENT

ବାହାଘର ଭୋଜି ଖାଇ ଶତାଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

Facebook
Twitter
LinkedIn

ବାଙ୍କୀ : ବାହାଘର ଭୋଜି ଖାଇ ଶତାଧିକ ଅସୁସ୍ଥ । କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ପାଟଣା ସାହିରେ ବାହାଘର ଭୋଜିରେ ପ୍ରାୟ ୪ ଶହ ଜଣ ଭୋଜି ଖାଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହାେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ବୈଦେଶ୍ୱର ପାଟଣା ସାହିରେ ରବିବାର ରାତିରେ ପଦ୍ମ ଚରଣ ସାହୁ ନାମକ ବ୍ୟକ୍ତିଙ୍କ ଝିଅ ବାହାଘରରେ ପ୍ରାୟ ଚାରି ଶହରୁ ଊର୍ଦ୍ଧ୍ବ ଲୋକ ଭୋଜି ଖାଇ ଥିଲେ । ମାତ୍ର ସୋମବାର ସକାଳୁ ଝାଡା ବାନ୍ତିରେ ଅନେକ ଆକ୍ରାନ୍ତ ହୋଇ ନିକଟସ୍ଥ ବୈଦେଶ୍ଵର୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଜଣକ ପରେ ଜଣେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ସନ୍ଧ୍ୟା ପର୍ୟ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହରେ ପହଞ୍ଚିଥିଲା । ରାତିରେ ଡାକ୍ତରଖାନାରେ ୩୯ଜଣ ଚିକତ୍ସିତ ହେଉଥିଲେ । ଏହି ଘଟଣା ପରେ ବୈଦେଶ୍ୱର ଥାନା ଆଈ.ଆଈ. ସି, ସ୍ଥାନୀୟ ସରପଞ୍ଚ ଡାକ୍ତରଖାନକୁ ଯାଇ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟଅବସ୍ଥା ବୁଝିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login