The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବାସି ରୁଟିର ଉପକାରିତା : ରକ୍ତଚାପ କରେ ନିୟନ୍ତ୍ରଣ

Facebook
Twitter
LinkedIn

ବ୍ୟୁରୋ : ବାସି ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ , ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟପ୍ରଦ ଅଟେ । ତେଣୁ ଏହାକୁ ସକାଳ ଜଳଖିଆ ଭାବେ ଖାଇପାରିବେ । ଏହା ଖାଇଲେ ହଜମ ପ୍ରକ୍ରିୟା ଭଲ ରଖିବା ସହ ବ୍ଲଡପ୍ରେସର ଏବଂ ଓଜନ ନିୟନ୍ତ୍ରଣ ମଧ୍ୟ କରିଥାଏ ।ବାସି ରୁଟି ୧୨ ଘଣ୍ଟା ଯାଏଁ ଥଣ୍ଡା ସ୍ଥାନରେ ରହିଲେ, ଏହାର କମ୍ପୋଜିସନ ବଦଳିଯାଏ । ଏହାକୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ । ଏହା ବ୍ୟତୀତ ରକ୍ତ ପ୍ରବାହକୁ ଠିକ୍ କରି ଶ୍ବାସନଳୀ ବ୍ଲକେଜକୁ ଦୂର କରିଥାଏ । ଯେଉଁମାନଙ୍କର ଶରୀରର ତାପମାତ୍ରା ଅନିୟନ୍ତ୍ରିତ ରହିଥାଏ ସେମାନଙ୍କ ପାଇଁ ବାସିରୁଟି ଉପଯୋଗୀ ହୋଇଥାଏ ।
ବାସିରୁଟିରୁ ପ୍ରଚୁର ପରିମାଣର ପ୍ରୋଟିନ ମିଳିଥାଏ । ଯାହା ଭଲ ମସଲସ୍ ବନାଇବା ସହ ଶରୀରକୁ ଶକ୍ତି ଯୋଗାଇଥାଏ । ଏଥିରେ କାର୍ବୋହାଇଡ୍ରେଟ୍ ଗୁଣ ଥିବାରୁ ଦୁର୍ବଳ ଏବଂ ଥକ୍କାପଣକୁ ଦୂର କରିଥାଏ । ହଜମ ଜନିତ ସମସ୍ୟା ପାଇଁ ବାସିରୁଟି ବେଷ୍ଟ ହୋଇଥାଏ । ଏଥିରେ ଫାଇବର ଥିବାରୁ ଗ୍ୟାସ, ପେଟ ଫୁଲିବା ଭଳି ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ । ଆମର ସାଧାରଣତଃ ଭିଟାମିନ୍ ଅଭାବ ଦେଖାଦେଇଥାଏ । ଯାହାକୁ ଖାଇବା ଦ୍ବାରା ଭିଟାମିନ୍ ଅଭାବ ଦୂର କରିବା ସହିତ ମୁଣ୍ଡବିନ୍ଧାରୁ ମଧ୍ୟ ଛୁଟକାରା ଦେଇଥାଏ । ଏଥିରେ କ୍ୟାଲସିୟମ ମଜବୁତ ହାଡ଼ ଗଠନ କରିବାରେ ସହାୟକ କରେ । ତେଣୁ ବାସି ରୁଟିକୁ ଜଳଖିଆ ପାଇଁ ଲାଭକାରୀ ବୋଲି ବିବେଚେନା କରାଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login