ନୂଆଦିଲ୍ଲୀ: ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରୁ ଆସିଛି ଶୋକର ବାର୍ତ୍ତା । ଏପରି ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ରେଳ ଦୁର୍ଘଟଣାରେ ଆହତ ୩୮୨ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦୁର୍ଘଟଣା ଅନେକ ପରିବାରକୁ ଧ୍ୱଂସ କରିଦେଇଛି। ଏହି ଦୁର୍ଘଟଣାକୁ ନେଇ ବାଗେଶ୍ୱର ଧାମର ମହନ୍ତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ ‘ଓଡିଶାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ମନ ବ୍ୟଥିତ ହୋଇଛି। ଏହା ମୋତେ ଗଭୀର ଆଘାତ ଦେଇଛି । ମୁଁ ପ୍ରଥମେ ନିବେଦନ କରିବି ଯେ ସମସ୍ତ ଆହତମାନେ ସୁସ୍ଥ ହୋଇଯାଆନ୍ତୁ । ଏଥି ସହିତ, ଯେତେବେଳେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ତାଙ୍କ ଶକ୍ତି ବଳରେ ଏହି ବଡ ଦୁର୍ଘଟଣା ବାବଦରେ ସୂଚାଇ ପାରିନଥାନ୍ତେ କି? ସେତେବେଳେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ ଶସ୍ତା ଲୋକପ୍ରିୟତା ପାଇଁ ଲୋକମାନେ ଏପରି ଅଭିଯୋଗ କରୁଛନ୍ତି। ଯଦି ସେ ଏହା କରିପାରିଥାନ୍ତେ, ତେବେ ସେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତେ । ଏଥି ସହିତ ସେ କହିଛନ୍ତି ଯେ ଯେଉଁମାନେ ଏହିପରି କଥା କହୁଛନ୍ତି, ସେମାନେ କେବଳ ତାଙ୍କୁ ବଦନାମ କରିବାକୁ ଚାହାଁନ୍ତି।
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ବାଗେଶ୍ଵର ଧାମର ମହନ୍ତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା
ଉମରକୋଟ : ଆଜି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା । ବନ୍ଦ ଡାକରା ଦେଇଛି ବିଜେଡି । ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ବନ୍ଦ ଡାକରା ଦିଆଯାଇଛି...
ରାଜ୍ୟ ସ୍ତରୀୟ ବିକାଶ ବାହାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ବିକାଶ ବାହାନର ଶୁଭାରମ୍ଭ । ଆଜିଠୁ ଜୁନ ୨୧ ଯାଏଁ ଗଡିବ ବିକାଶ ବାହାନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ...
ୟୁଏଇକୁ ସିଧା ବିମାନ ସେବା ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱର ୟୁଏଇକୁ ସିଧା ବିମାନ ସେବା ଆରମ୍ଭ । ଭୁବନେଶ୍ୱର ଏୟାରପୋର୍ଟରୁ ଉଡାଣ ଭରିଲା ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା...
ବାଇକ ଦୁର୍ଘଟଣା ; ୨ ଗୁରୁତର
ଜଗତସିଂହପୁର : ବିଧାୟକଙ୍କ ଗାଡିରେ ପିଟି ହୋଇ ବାଇକ ଦୁର୍ଘଟଣା । ନାଉଗାଁ ଥାନା ଘୋଡାନ୍ସ ଛକରେ ବିଳମ୍ବିତ ରାତିରେ ଦୁର୍ଘଟଣା । ୨ ବାଇକ ଆରୋହୀ...