ନୂଆଦିଲ୍ଲୀ: ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରୁ ଆସିଛି ଶୋକର ବାର୍ତ୍ତା । ଏପରି ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ରେଳ ଦୁର୍ଘଟଣାରେ ଆହତ ୩୮୨ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦୁର୍ଘଟଣା ଅନେକ ପରିବାରକୁ ଧ୍ୱଂସ କରିଦେଇଛି। ଏହି ଦୁର୍ଘଟଣାକୁ ନେଇ ବାଗେଶ୍ୱର ଧାମର ମହନ୍ତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ ‘ଓଡିଶାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ମନ ବ୍ୟଥିତ ହୋଇଛି। ଏହା ମୋତେ ଗଭୀର ଆଘାତ ଦେଇଛି । ମୁଁ ପ୍ରଥମେ ନିବେଦନ କରିବି ଯେ ସମସ୍ତ ଆହତମାନେ ସୁସ୍ଥ ହୋଇଯାଆନ୍ତୁ । ଏଥି ସହିତ, ଯେତେବେଳେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ତାଙ୍କ ଶକ୍ତି ବଳରେ ଏହି ବଡ ଦୁର୍ଘଟଣା ବାବଦରେ ସୂଚାଇ ପାରିନଥାନ୍ତେ କି? ସେତେବେଳେ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ ଶସ୍ତା ଲୋକପ୍ରିୟତା ପାଇଁ ଲୋକମାନେ ଏପରି ଅଭିଯୋଗ କରୁଛନ୍ତି। ଯଦି ସେ ଏହା କରିପାରିଥାନ୍ତେ, ତେବେ ସେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତେ । ଏଥି ସହିତ ସେ କହିଛନ୍ତି ଯେ ଯେଉଁମାନେ ଏହିପରି କଥା କହୁଛନ୍ତି, ସେମାନେ କେବଳ ତାଙ୍କୁ ବଦନାମ କରିବାକୁ ଚାହାଁନ୍ତି।
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ବାଗେଶ୍ଵର ଧାମର ମହନ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











