The Ultimate Managed Hosting Platform
ADVERTISEMENT

ବାଲେଶ୍ୱର ଏଫଏମ କଲେଜ ଘଟଣା : ସାମ୍ନାକୁ ଆସିଲା ଆଇସିସିକୁ ପୀଡିତା ବାପାଙ୍କ ଗୁହାରି, ଆଗରୁ ଦେଇଥିଲେ ଆଭାସ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ସାମ୍ନାକୁ ଆସିଲା ଆଇସିସିକୁ ପୀଡିତା ବାପାଙ୍କ ଗୁହାରି । ସତର୍କ କରିବା ସହ ଝିଅ କିଛି ବି କରିପାରେ ବୋଲି ଲେଖିଥିବା ଜଣାପଡିଲା । କଲେଜରେ ଏତେ ଶିକ୍ଷକ ଥିବା ବେଳେ ସମୀର ସାରଙ୍କ ନାଁରେ ଅଭିଯୋଗ କାହିଁକି । ଝିଅ ୨୦-୨୨ ଦିନ କଲେଜ ଯାଇ ନ ଥିବା କଥା ସମୀର ସାରଙ୍କୁ ଜଣାଇଥିଲି । ଝିଅ ପାଠ ପଢୁନି ସାର କହିବାରୁ ପାଠ ମନସ୍କ କରାଇବାକୁ କହିଥିଲି ।
ଝିଅକୁ ପଚାରିବାରୁ ୪ ମିନିଟ ବିଳମ୍ବ ହେବାରୁ ବାହାରେ ଛିଡା କଲେ ବୋଲି କହିଲା । ସମୀର ସାର ଅପମାନ କରି ବାହାର କରିଦେବା କଥା ଝିଅ କହିଥିଲା । ଝିଅର ସାଙ୍ଗମାନଙ୍କ ସହ କଥା ହୋଇ ମାନସିକ ଅବସାଦ କଥା ଜାଣିଲି । ସାର ତାକୁ ୬ ବର୍ଷ ରଖିବେ କହି ଅପମାନିତ କରିଥିଲେ । ଏଥିପାଇଁ କିଛି ପିଲା ଟାହି ଟାପରା କରୁଥିବା ସାଙ୍ଗମାନେ କହିଥିଲେ । ସାରଙ୍କ ଅଶାଳୀନ ମନ୍ତବ୍ୟ ଝିଅ ତା ମାଆକୁ କହିଥିଲା । ଗତ ୭ ତାରିଖରେ ପୀଡିତାଙ୍କ ବାପା ଆଇସିସିକୁ ଚିଠି ଲେଖିଥିବା ସାମ୍ନାକୁ ଆସିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login