ବାଲେଶ୍ୱର ; ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଉଦ୍ୟମ ଘଟଣା । ବାଲେଶ୍ୱରରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କଲେଜ ମୁଖ୍ୟ ଫାଟକ ଆଗରେ ପ୍ରତିବାଦ ଓ ନାରାବାଜି । ଘଟଣାରେ କଲେଜ ଅଧକ୍ଷ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ବିଜେଡି ଦାବି କରିଛି । ଏହାସହ ଛାତ୍ରୀଙ୍କୁ ପେଟ୍ରୋଲ ଦେଲା କିଏ ,ଜୀବନ ହାରିବାକୁ କିଏ ପ୍ରବର୍ତ୍ତାଇ ଥିଲା । ଏ ନେଇ ତଦନ୍ତ ପାଇଁ ବିଜେଡ଼ି କହିଛି । ଅନ୍ୟପଟେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ଜଳିଯାଇଛି । ନିର୍ୟାତନା ଅଭିଯୋଗରେ ନ୍ୟାୟ ନମିଳିବାରୁ ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀ ଜଣଙ୍କ ଦେହରେ ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଏମସ ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି । ୮ ଜଣିଆ ବିଶେଷଜ୍ଞ ଟିମ୍ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି । ଆବଶ୍ୟକ ହେଲେ ତାଙ୍କୁ ଏୟାରଲିଫ୍ଟ କରାଯିବ ।
ବାଲେଶ୍ୱର ଏଫଏମ କଲେଜ ଘଟଣା : ବିଜେଡିର ବିକ୍ଷୋଭ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











