The Ultimate Managed Hosting Platform
ADVERTISEMENT

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି

Facebook
Twitter
LinkedIn

କଟକ : ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଆଶା ରହିଛି । ଗୃହରେ ବାଲିଯାତ୍ରା ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଜାତୀୟ ମାନ୍ୟତା ଦେବା ୟୁନେସ୍କୋର କାମ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ । ଏ ନେଇ ବିଶେଷଜ୍ଞ ଟିମ୍ ୟୁନେସ୍କୋ ସହ ଯୋଗାଯୋଗରେ ଅଛନ୍ତି । ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି । ତାରକସିକୁ ଜାତୀୟ ମାନ୍ୟତା ପାଇଁ ବାଙ୍କୀ ବିଧାୟକଙ୍କ ଦାବି ।
ଅନ୍ୟପଟେ ଚଳିତ ଥର କଟକ ବାଲିଯାତ୍ରୀରେ ମୋଟ ୧୪୩୮ ଷ୍ଟଲ ଖୋଲିଥିଲା । ସୋଫିଆ ଫିଦେ୍ର୍ଦାସଙ୍କ ପ୍ରଶ୍ନରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର । ନିଲାମ ଆଧାରରେ ୧୧୮୮ ଓ ସ୍ଥିରୀକୃତ ଦରରେ ୧୨୫୦ ଷ୍ଟଲ ହୋଇଥିଲା । ମୋଟ ୬ କୋଟି ୩୮ ଲକ୍ଷ ୨୫ ହଜାର ୪୪୬ ଟଙ୍କା ଆଦାୟ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login